ପୁଣି 2 ମାସ ବଢିଲା ମୋ ବସ ଭଡ଼ା ହ୍ରାସ ସମୟ ଅବଧି

Spread the News

 ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ହ୍ରାସ ହୋଇଥିବା ମୋ ବସ ଭଡା ଆସନ୍ତା 2 ମାସ  ଯାଏଁ ସ୍ଥିର ରହିବ ।  ଶୀତଦିନ ପାଇଁ ଆସନ୍ତା ଡିସେମ୍ବର 1 ରୁ ଜାନୁଆରୀ 31 ଯାଏଁ ମୋ ବସ ଯାତ୍ରୀ ଏସି ବସର ଭଡ଼ା ହ୍ରାସ କରାଯାଇଥିଲା । ତେବେ  ଏସି ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଡିସେମ୍ବର ପହିଲାରୁ 38 ପ୍ରତିଶତ କମ ଭଡା ଦେବାକୁ ପଡ଼ୁଛି । ଏହାର ଅବଧି ଜାନୁଆରୀ 31 ରେ ସରିବାକୁ ଥିବା ବେଳେ ଆସନ୍ତା 31 ମାର୍ଚ୍ଚ 2020 ଯାଏଁ ରହିବା ନେଇ କ୍ରୁଟ ପକ୍ଷରୁ ନିଷ୍ପତି ହୋଇଛି । ଏହାସହ ବସ୍ ଭଡ଼ା ଦେବା ବେଳେ ଏବେ ଆଉ ଖୁଚୁରା ପଇସା ପାଇଁ ଚିନ୍ତା କରିବାକୁ ପଡିବନି । ଏହି ନୂଆ ଭଡା ଅନୁସାରେ ଭୁବନେଶ୍ୱରରେ ନନ୍ ଏସି ପାସ୍ 600 ରୁ 550 ଟଙ୍କାକୁ କମିଛି । ଏସି ପାସ୍ 900ରୁ 700 ଟଙ୍କାକୁ କମିଛି।

Tags: