ଦଶମ ଶ୍ରେଣୀରେ ପଢାଯିବ ସଡକ ସୁରକ୍ଷା ବିଷୟ- ପରିବହନ କମିଶନର

Spread the News

ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ସଡ଼କ ସୁରକ୍ଷା ବିଷୟ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି  ସଡ଼କ ଦୁର୍ଘଟଣା ରୋକିବା ଦିଗରେ ସ୍କୁଲ ପିଲାଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି । ତେଣୁ ଦଶମ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ନେଇ ଆଜି ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା କରିବା ପରେ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ରଖାଯିବା ନେଇ ନିଷ୍ପତି ନିଆଯାଇଛି । କମିଶନର ସଂଜୀବ ପଣ୍ଡା, ଗୃହ ବିଭାଗର ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ । 

Tags: