latest

ଏହି ୫ଟି ଜିନିଷ ଘରେ ରଖନ୍ତୁ, ସୁଖସମୃଦ୍ଧିର ଅଭାବ ରହିବନି

Spread the News

ପାଠକବନ୍ଧୁ ! ଯଦି ନିମ୍ନବର୍ଣ୍ଣିତ ୫ଟି ପବିତ୍ର ଜିନିଷକୁ ଗୃହରେ ରଖନ୍ତି, ତେବେ ଗୃହରେ କେବେବି ଧନ ଓ ସୁଖ ସମୃଦ୍ଧିର ଅଭାବ ରହିବ ନାହିଁ । ଧନ ଓ ସୁଖସମୃଦ୍ଧିର ବିରାଜମାନ, ଆମ ଘରେ ଥିବା କିଛି ଜିନିଷ ଉପରେ ନିର୍ଭର କରେ । କୁହାଯାଏ, ସୁଖସମୃଦ୍ଧି ବୃଦ୍ଧି ପାଇଁ ଶାସ୍ତ୍ର ଅନୁସାରେ କୁହାଯାଇଥିବା କିଛି ବିଶେଷ ଉପାୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଦରକାର । ଯେମିତିକି ପୂଜାପାଠ କରିବା, ଦାନଧର୍ମ କରିବା, ଧ୍ୟାନ ଏବଂ ଗଙ୍ଗାସ୍ନାନ ଇତ୍ୟାଦି କରିବାକୁ ପଡ଼ିଥାଏ । ଘରେ ଏହିଭଳି ଧାର୍ମିକ କାର୍ଯ୍ୟସବୁ ସମ୍ପାଦନ କଲେ ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଜିନିଷ ବିଷୟରେ ।
ପ୍ରଥମରେ ହେଉଛି ମହୁ । ପାଠକବନ୍ଧୁ ! ଜାଣିରଖନ୍ତୁ, ମହୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଅଟେ । ଆପଣମାନେ ଦେଖିଥିବେ ଘରେ ଯେତେବେଳେ ବି ଯଜ୍ଞ ତଥା ପୂଜାକର୍ମର ଆୟୋଜନ କରାହୁଏ, ସେତେବେଳେ କ୍ଷୀର ସହିତ ମହୁ ବ୍ୟବହାର କରାଯାଏ । କାରଣ ଏହା କରିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ । ମହୁରେ ଖରାପ ବାସ୍ତୁଦୋଷକୁ ନଷ୍ଟ କରିବାର ଶକ୍ତି ଥାଏ । ତେଣୁ ଆପଣମାନେ ମହୁକୁ ନିଶ୍ଚିତ ଗୃହରେ ରଖନ୍ତୁ ।
ଦ୍ୱିତୀୟରରେ ଗଙ୍ଗାଜଳ । ଘରର ବାତାବରଣକୁ ଶୁଦ୍ଧ କରିବା ନିମନ୍ତେ ଗଙ୍ଗାଜଳର ବ୍ୟବହାର ସର୍ବଦା କରାଯାଇଥାଏ । କାରଣ ଗଙ୍ଗାଜଳ ପକେଇବା ଦ୍ୱାରା ଅପବିତ୍ର ଜିନିଷ ମଧ୍ୟ ପବିତ୍ର ହେଇଥାଏ । ତେଣୁ ଗୃହର ସୁଖସମୃଦ୍ଧି ବୃଦ୍ଧି କରିବା ପାଇଁ ଘରେ ଗଙ୍ଗାଜଳ ରଖିବା ବାଞ୍ଛନୀୟ ।
ତୃତୀୟରେ ଶଙ୍ଖ । ଆପଣ ଜାଣିରଖନ୍ତୁ ଘରର ପୂଜାଘରେ ଶଙ୍ଖ ରଖିବା ଦ୍ୱାରା ଏବଂ ଏହାକୁ ନିୟମିତ ବଜାଇବା ଦ୍ୱାରା ଘରର ସମସ୍ତ ନକରାତ୍ମକ ଊର୍ଜା ଦୂର ହୋଇଯାଇଥାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିଥାନ୍ତି । କାରଣ ଶଙ୍ଖ ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ହେଇଥାଏ । ଏଣୁ, ଗୃହରେ ଶଙ୍ଖ ରଖିବାକୁ କେବେବି ଭୁଲନ୍ତୁ ନାହିଁ ।
ଚତୁର୍ଥରେ ଗାଈଘିଅ । ଆମ ହିନ୍ଦୁଧର୍ମରେ ସବୁବେଳେ ଗାଈକୁ ଗୋମାତା ରୂପେ ପୂଜା କରିଥାଉ । ବିଭିନ୍ନ ପୂଜାଦି କାର୍ଯ୍ୟରେ ମଧ୍ୟ ଗାଈକୁ ସ୍ୱତନ୍ତ୍ର ରୂପେ ରୀତିନୀତିର ସହିତ ପୂଜା କରିବା ପରିଲକ୍ଷିତ ହେଇଥାଏ । ଏଣୁ ଗାଈର କ୍ଷୀରରେ ପ୍ରସ୍ତୁତ ଘିଅ ଅମୃତ ସମାନ ଅଟେ । ସେଥିପାଇଁ ଘରେ ସୁଖସମୃଦ୍ଧିର ଚିରସ୍ଥାୟୀ ନିମନ୍ତେ ଗାଈଘିଅ ରଖିବା ଉଚିତ୍‌ ।
ପଞ୍ଚମରେ ଚନ୍ଦନ । ଚନ୍ଦନ ମଧ୍ୟ ଅତ୍ୟନ୍ତ ଶୁଦ୍ଧ ତଥା ପବିତ୍ର ଅଟେ । ଯାହାକୁ ଘରେ ରଖିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସର୍ବଦା ଲାଗିରହେ । ପୂଜା କରିବା ସମୟରେ ଚନ୍ଦନର ପ୍ରୟୋଗ ଦ୍ୱାରା ଭଗବାନଙ୍କ ଆଶିଷ ମିଳିଥାଏ । ଏହାସହିତ ମଥାରେ ଚନ୍ଦନ ଲଗାଇବା ଦ୍ୱାରା ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହେଇଥାଏ । ଏଣୁ ଚନ୍ଦନ ମଧ୍ୟ ଘରେ ରଖାଯିବା ନିତାନ୍ତ ଆବଶ୍ୟକ ।