latest

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

Spread the News

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ 10 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ  ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବାବେଳେ  କୌଣସି ସୂତ୍ରରୁ ଖବର ପାଇ  ଭିଜିଲାନ୍ସ ଚଢଉ କରିଥିଲା । ଶିବ ପ୍ରସାଦ ଦୋରାଙ୍କ ହିଲ ଟାଉନ ଭଡା ଘର ସାମ୍ନାରୁ ବୋଲେରୋ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ସେଠାରୁ 1 ଲକ୍ଷ 10 ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି । ତାଙ୍କ ଭବାନୀପାଟଣା ହିଲ ଟାଉନ ଭଡା ଘର, ନବରଙ୍ଗପୁର ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଅଧିକାରୀ ଶିବପ୍ରସାଦଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।

Tags: ,