latest

ଆଜିଠୁ ମାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Spread the News

ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଟ୍ୱିଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଉତ୍ତେଜନାପୂର୍ଣ୍ଣ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇଛି। ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଇଟ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରି ଶୁଭକାମନା ଜଣାଇଛନ୍ତି ।

ଫେବୃଆରୀ ୧୯ ଓଡ଼ିଆ ପରୀକ୍ଷା ଥିବା ବେଳେ ଦ୍ୱିତୀୟ ଦିନ ଫେବୃଆରୀ ୨୨ ଶନିବାରରେ ଇଂରାଜୀ, ତୃତୀୟ ଦିନ ଫେବୃଆରୀ୨୪ (ସୋମବାର) ରେ ସଂସ୍କୃତ/ହିନ୍ଦୀ, ଚତୁର୍ଥ ଦିନ ଫେବୃଆରୀ ୨୬ (ବୁଧବାର)ରେ ଗଣିତ ଅନୁଷ୍ଠିତ ହେବ। ସେହିଭଳି ଫେବୃଆରୀ ୨୮ (ଶୁକ୍ରବାର)ରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୨ (ସୋମବାର)ରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ଚଳିତବର୍ଷ ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୬୦୫ ଜଣ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ଏମାନଙ୍କ ମଧ୍ୟରେ ୫ ଲକ୍ଷ ୪୭ ହଜାର ୭୬୧ଟି ଜଣ ହାଇସ୍କୁଲ, ୯ ହଜାର ୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ୩ ହଜାର ୩୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ସାମିଲ ଅଛନ୍ତି। ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷାର ସୁପରିଚାଳନା ଓ କପି ବନ୍ଦ ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇଂ ସ୍କ୍ଵାର୍ଡ ଓ ପରିଷଦସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଛି।

 

Tags: ,