latest

ଯୁବତୀଙ୍କୁ ଅସଦାଚରଣ: ଜଣେ ଗିରଫ

Spread the News

ପୁରୀ, (ମୋ ଓଡ଼ିଶା): ଓଡ଼ିଶା ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ନାରୀମାନେ ନିଜକୁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମଣୁଛନ୍ତି । ସମୁଦ୍ରକୂଳରେ ସର୍ବସମ୍ମୁଖରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଛନ୍ତି, ଏହି ଘଟଣାରେ ଜଣକୁ ଗିରଫ ମଧ୍ୟ କରାଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତି ପ୍ରାୟ ୯ଟା ସମୟରେ ପଶ୍ଚିମବଙ୍ଗର ଜଣେ ମହିଳା ପର୍ଯ୍ୟଟକ ବେଳାଭୂମି ମାର୍ଗରେ ବୁଲାବୁଲି ସାରି ଚୈତନ୍ୟ ଛକ ନିକଟରେ ରହୁଥିବା ନିଜ ହୋଟେଲକୁ ଯାଉଥିଲେ । ଏହି ସମୟରେ ଏଲ୍‌. ରମେଶ (୩୦) ନାମକ ଜଣେ ଅସାମାଜିକ ଯୁବକ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ଯୁବତୀ ଜଣଙ୍କୁ ପଛପଟୁ ମନ୍ଦ ଉଦ୍ଦେଶ୍ୟ ରଖି ଜାବୁଡ଼ି ଧରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ମହିଳାଙ୍କର ସମ୍ପର୍କୀୟମାନେ ଏକତ୍ର ଭାବରେ ଉକ୍ତ ଅସାମାଜିକ ଯୁବକଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ପୀଡ଼ିତା ଜଣଙ୍କ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏଲ. ରମେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଲ୍‌. ରମେଶର ଘର ଶ୍ରୀକାକୁଲମରେ ଏବଂ ସେ ପେଣ୍ଟକଟାସ୍ଥିତ ନିଜ ମାଉସୀ ଘରକୁ ଆସି ଏହି କାଣ୍ଡ ଭିଆଇଛି ବୋଲି ପୁଲିସ ସୂତ୍ରରୁ ଜଣାଯାଇଛି ।