latest

ଅନିୟମିତ ଭୋଜନରୁ ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା

Spread the News

ଯେଉଁ ଲୋକମାନେ ସକାଳ ଜଳଖିଆ କରନ୍ତି ନାହିଁ ଏବଂ ରାତ୍ରିଭୋଜନ ବହୁତ ବିଳମ୍ୱରେ କରନ୍ତି, ସେହିମାନଙ୍କୁ ହୃଦ୍‌ଘାତ ପରି ଅତି ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ, ହୃଦ୍‌ଘାତ ପରେ ମଧ୍ୟ ଯଦି ନିୟମିତ ତଥା ନିୟନ୍ତ୍ରିତ ଭୋଜନକୁ ଗୁରୁତ୍ୱ ଦିଆନଯାଏ ତାହାଲେ ସଂପୃକ୍ତ ବ୍ୟକ୍ତି ବା ମହିଳା ମୃତ୍ୟୁମୁଖରେ ପଡ଼ନ୍ତି ବୋଲି ଏକ ସଦ୍ୟ ସମାପିତ ଗବେଷଣା ତଥ୍ୟରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଭୋଜନ ସମ୍ୱନ୍ଧୀୟ ବଦ୍‌ଅଭ୍ୟାସରେ ଅଭ୍ୟସ୍ଥ ଲୋକମାନେ ନାନା ଶାରୀରିକ ରୋଗରେ ପୀଡ଼ିତ ହୋଇ ଅସହ୍ୟ ଯନ୍ତ୍ରଣାକୁ ଅଯଥାରେ ନିମନ୍ତ୍ରଣ କରନ୍ତି । ରିପୋର୍ଟ ଅନୁସାରେ ରାତିର ଖାଇବା ଏବଂ ଶୋଇବା ମଧ୍ୟରେ ସର୍ବନିମ୍ନ ଦୁଇଘଣ୍ଟାର ଅନ୍ତରାଳ ରଖିବା ପାଇଁ ପରାମର୍ଶ ଦିଆଯାଏ । ହାର୍ଟକେୟାର ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏଚସିଏଫଆଇ ର ଅଧ୍ୟକ୍ଷ ଡା. କେ.କେ. ଅଗ୍ରଓ୍ୱାଲଙ୍କ କହିବା ଅନୁସାରେ ଭାରତୀୟମାନଙ୍କ ପେଟରେ ଚାରି କିମ୍ୱା ଅଧିକ ବସା ଏକତ୍ର ହେବାର ପ୍ରବୃତ୍ତି ରହୁଥିବାରୁ ଇନ୍‌ସୁଲିନ୍‌ ପ୍ରଭାବିତ ହୋଇଥାଏ । ଏହାର ପ୍ରମୁଖ କାରଣ ଆଜିକାଲିର ଜୀବନଚର୍ଯ୍ୟା । ସେ କହିଲେ, ଅନ-ଦ-ଗୋ ବା ଦ୍ରୁତଗତିର ଜୀବନଶୈଳୀକୁ ଅନୁସରଣ କରି ଲୋକମାନେ ସକାଳର ଜଳଖିଆକୁ ଗୁରୁତ୍ୱ ନଦେଇ ଜଳଖିଆ ଭୋଜନ କରିବାର ଭଲ ଅଭ୍ୟାସକୁ ଛାଡ଼ିଦେଇ ଦିନର ଶେଷ ସମୟରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ଅତିଶୀଘ୍ର ଓ ପୂର୍ବନିର୍ଦ୍ଧାରିତ ଭୋଜନ କରି ଅଯାଚିତ ସ୍ୱାସ୍ଥ୍ୟଗତ ଶାରୀରିକ ସମସ୍ୟାକୁ ସାଦରେ ସ୍ୱାଗତ କରିଥାନ୍ତି । ଏହା ବୁଝିବା ମହତ୍ତ୍ୱପୂର୍ଣ୍ଣ କି ନିୟମିତ ଭାବେ ମଧ୍ୟମ ଧରଣର ବ୍ୟାୟାମ ସହ ସନ୍ତୁଳିତ ଭୋଜନ ଦ୍ୱାରା ଶରୀରର ଓଜନକୁ ସଠିକ୍‌ ରଖାଯାଇପାରିବ, ଯାହାଦ୍ୱାରା ଟାଇପ-୨ ମଧୁମେହ ଭଳି ରୋଗର ସମ୍ଭାବନାକୁ ୫୦ପ୍ରତିଶତରୁ ଅଧିକ କମେଇ ଦିଆଯାଇପାରିବ । ସ୍ୱାସ୍ଥ୍ୟଗତ ସ୍ଥିତିର ବିକାଶ ପାଇଁ ଶରୀରରେ ପୋଷଣମାତ୍ରାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିହେବ । ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ଆଜିର ସମୟରେ ଅତ୍ୟନ୍ତ ଜରୁରୀ ଅଟେ । ହାର୍ଟକେୟାର ଫାଉଣ୍ଡେସନ ଅଫ୍‌ ଇଣ୍ଡିଆ ଏଚସିଏଫଆଇ ର ଅଧ୍ୟକ୍ଷ ଡା. କେ.କେ.ଅଗ୍ରଓ୍ୱାଲଙ୍କ ମତାନୁସାରେ, ଅନିୟମିତ ଓ ଅସନ୍ତୁଳିତ ଆହାର ବ୍ୟକ୍ତିର ଟାଇପ-୨ ଭଳି ମଧୁମେହ ବିପଦର ସମ୍ଭାବନାକୁ ଦ୍ୱିଗୁଣିତ କରିଥାଏ । ଏଠାରେ ଉଲ୍ଲେଖ କରାଯାଇପାରେ ଟାଇପ-୨ ମଧୁମେହକୁ ନିରବ ହତ୍ୟାକାରୀ ରୂପରେ ବିବେଚନା କରାଯାଏ । ଯେତେବେଳେ ଏହି ରୋଗର ମୂଳୋତ୍ପଟାନ କରାଯିବା ନିମନ୍ତେ ଉପଚାର ଆରମ୍ଭ କରାଯାଏ ସେହି ସମୟ ଉପରାନ୍ତରେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନ୍ୟ ଜଟିଳ ସମସ୍ୟାଗୁଡ଼ିକ ଯଥେଷ୍ଟ ପୂର୍ବରୁ ଶରୀରରେ ନିଜର ସ୍ଥିତିକୁ ବିକଶିତ କରିଦେଇଥାଇପାରନ୍ତି ଯାହାଦ୍ୱାରା ସେହି ବ୍ୟକ୍ତି ବା ମହିଳା ମୃତ୍ୟୁମୁଖରେ ପଡ଼ିଥାନ୍ତି । ଯେଉଁ ଲୋକମାନେ ମୋଟାପଣର ଶିକାର ସେମାନେ ନିଜର ଭୋଜନରେ ଜଟିଳ କାର୍ବୋହାଇଡ୍ରେଟ୍‌ର ମାତ୍ରାକୁ ସୀମିତ ରଖିବାର ଲକ୍ଷ୍ୟ ରଖିବା ଦରକାର, କାରଣ ଏହା ରକ୍ତରେ ଶର୍କରା ସ୍ତର ଓ ଇନ୍‌ସୁଲିନର ଉତ୍ପାଦନକୁ ବଢ଼ାଇଥାଏ । ଏହି ବୃଦ୍ଧି ଯୋଗୁଁ ଇନ୍‌ସୁଲିନ୍‌ ପ୍ରତିରୋଧ ଥିବା ଲୋକମାନଙ୍କ ମଧ୍ୟରେ ମୋଟାପଣ ଅଧିକ ହେବାର ସମ୍ଭାବନା ଥାଏ । ଏତଦ୍‌ ବ୍ୟତୀତ ପ୍ରତ୍ୟେକ ଦିନ ପ୍ରାୟ ୩୦ରୁ ୪୫ମିନିଟ୍‌ର ଶାରୀରିକ ଗତିବିଧି ସପ୍ତାହକୁ ୫ଥର କରିପାରିଲେ ଶରୀର ପକ୍ଷେ ହିତକର ସାବ୍ୟସ୍ତ ହୁଏ ।
କେତେକ ସ୍ୱାସ୍ଥ୍ୟଗତ ପରାମର୍ଶ
୧. ପ୍ରତ୍ୟେକଦିନ ବ୍ୟାୟାମ କରନ୍ତୁ ଓ ସନ୍ତୁଳିତ ଆହାର ସେବନ କରନ୍ତୁ ।
୨. ନିୟମିତ ଅନ୍ତରାଳରେ ରକ୍ତ ଶର୍କରା ସ୍ତରର ଯାଞ୍ଚ କରେଇ ନିଅନ୍ତୁ ।
୩. କୌଣସି ପ୍ରକାରେ ପରିଷ୍କୃତ ଚିନିର ବ୍ୟବହାର କରିବାରୁ ବିରତ ରୁହନ୍ତୁ, କାରଣ ଏହା ରକ୍ତ ପ୍ରବାହରେ ଅଧିକ ସହଜ ଭାବରେ ଅବଶୋଷିତ ହେଇଯାଏ, ଯାହାଫଳରେ ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟାଗୁଡ଼ିକ ସୃଷ୍ଟି ହୁଏ ।
୪. ଧ୍ୟାନ ଓ ଯୋଗ କରି ମାନସିକ ତଥା ଶାରୀରିକ ଚାପକୁ ହ୍ରାସ କରନ୍ତୁ ।