latest

କଂଗ୍ରେସ ଭବନ ଗଣ୍ଡଗୋଳର ତଦନ୍ତ କଲା ଶୃଙ୍ଖଳା କମିଟି

Spread the News

ପୁରୀ, (ମୋ ଓଡ଼ିଶା) : ଗତ ୧୮ ତାରିଖରେ କଂଗ୍ରେସ ଭବନରେ ଘଟିଥିବା ଗଣ୍ଡଗୋଳର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମିତ୍ତ କଂଗ୍ରେସ ପକ୍ଷରୁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି । ଉକ୍ତ କମିଟି ପୁରୀ ଆସି ଏହି ନିନ୍ଦନୀୟ ଘଟଣାର ସବିଶେଷ ତଦନ୍ତ କରିବା ସହ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଛି । ଏହି ଶୃଙ୍ଖଳା କମିଟି ତରଫରୁ ପୁରୀ ଏସ୍‌ପି ଓ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଉକ୍ତ ଘଟଣା ବିଷୟରେ ଆଲୋଚନା କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରାଯାଇଛି । ପ୍ରକାଶଯୋଗ୍ୟ ଯେ କଂଗ୍ରେସ ତରଫରୁ ଗଠନ କରାଯାଇଥିବା ଏହି ଶୃଙ୍ଖଳା କମିଟିରେ ତିନିଜଣିଆ ସଭ୍ୟ ଅଛନ୍ତି, ସେମାନେ ହେଲେ ବଟକୃଷ୍ଣ ତ୍ରିପାଠୀ, ଆର୍ଯ୍ୟକୁମାର ଜ୍ଞାନେନ୍ଦ ଓ ବିଶ୍ୱ ଦାସ । ସଭ୍ୟମାନେ ପୁରୀରେ ପହଞ୍ଚିବା ପରେ କଂଗ୍ରେସର ବିଭିନ୍ନ ଯୁବକର୍ମୀ ଓ ନେତାମାନଙ୍କ ସହ ବ୍ୟକ୍ତିଗତଭାବରେ ସାକ୍ଷାତ କରି ୧୮ ତାରିଖର ଉକ୍ତ ଗଣ୍ଡଗୋଳ ସଂପର୍କରେ ଆଲୋଚନା କରି ଭୁବନେଶ୍ୱର ଫେରିଯାଇଛନ୍ତି ।