latest

ଏହିସବୁ କାର୍ଯ୍ୟ ନିମନ୍ତେ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଶକ୍ତି ଥାଏ

Spread the News

ମହିଳାମାନେ ସର୍ବଦା ପରିଶ୍ରମୀ, ସେମାନଙ୍କ ପାଇଁ ପରିବାର ହିଁ ସର୍ବପ୍ରଥମ ଅଟେ । ପାଠକବନ୍ଧୁ ! ଆପଣଙ୍କ ଆଖପାଖରେ ମହିଳାମାନେ ଥିବେ ଯେଉଁମାନଙ୍କ ସହିତ ଅଲଗା ଅଲଗା ପ୍ରକାର ସଂପର୍କ ଆପଣଙ୍କର ନିଶ୍ଚୟ ଥିବ ଏବଂ ଆପଣ ସେମାନଙ୍କୁ ସେହି ନଜରରେ ହିଁ ଦେଖୁଥିବେ । ଏହି ଉପସ୍ଥାପନାରେ ଆପଣ ଏମିତି କିଛି ତଥ୍ୟ ମହିଳାମାନଙ୍କ ବିଷୟରେ ଜାଣିବେ ଯାହା ଜାଣିଲାପରେ ଆପଣ ଆଶ୍ଚର୍ଯ୍ୟ ପ୍ରକଟ କରିବେ ।


ଏକ ଗବେଷଣା ଅନୁଯାୟୀ ପୁରୁଷମାନେ ଏକ ସମୟରେ ଏକାଧିକ କାମ କରିବା ନିମନ୍ତେ ଅଧିକମାତ୍ରାରେ ଶକ୍ତିର ବିନିଯୋଗ କରନ୍ତି ଓ ମସ୍ତିଷ୍କକୁ ବହୁତ ଅଧିକ କ୍ରିୟାଶୀଳ କରନ୍ତି । କିନ୍ତୁ, ସମାନ ପରିସ୍ଥିତିରେ ମହିଳାମାନେ ଏକ ସମୟରେ ଏକାଧିକ କାମ ବିନା କୌଣସି କୁଣ୍ଠାବୋଧରେ ଅତ୍ୟନ୍ତ ସହଜ ଭାବରେ କରିନିଅନ୍ତି । ଏକ ନିର୍ଦ୍ଦିଷ୍ଟ କର୍ମର ଅନ୍ତରାଳରେ ଅନ୍ୟ କେତେଗୁଡ଼ିଏ କର୍ମକୁ ବିନା ଦ୍ୱନ୍ଦରେ ସଂପନ୍ନ କରିବାର କ୍ଷମତା ମହିଳାଙ୍କର ଥାଏ । ରୁଷିଆର ନ୍ୟାସନାଲ ରିସର୍ଚ୍ଚ ହାୟର ସ୍କୁଲ ଅଫ ଇକୋନମିକ୍ସ ର ଅଧ୍ୟୟନକର୍ତ୍ତାମାନେ ଏହି ସିଦ୍ଧାନ୍ତ ଦେଇଛନ୍ତି ଯେ ମହିଳାମାନେ ଏପରି କରିପାରିବାର ମୂଳ କାରଣ ହେଲା ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ କାମ ନିମନ୍ତେ ଅଯଥା ଶକ୍ତିର ବିନିଯୋଗ କରି ଅପଚୟ କରନ୍ତି ନାହିଁ । ମହିଳାମାନଙ୍କ ହୃଦୟର ଆକାର ପୁରୁଷଙ୍କ ତୁଳନାରେ ଛୋଟ ଥିବାରୁ ଏହା ଅପେକ୍ଷାକୃତ ଦ୍ରୁତଭାବରେ ସ୍ପନ୍ଦିତ ବା କମ୍ପିଥାଏ । ପୁରୁଷଙ୍କ ହୃଦୟ ପାଖାପାଖି ୧୮୦ଗ୍ରାମ ଥିବା ସମୟରେ ମହିଳାଙ୍କ ହୃଦୟ ମାତ୍ର ୧୨୦ଗ୍ରାମ ଅଟେ । ଏଣୁ, ମହିଳାଙ୍କ ହୃଦୟ ପୁରୁଷଙ୍କ ତୁଳନାରେ ଅଧିକା କ୍ରିୟଶୀଳ ହେଇପାରେ । ପୁରୁଷମାନଙ୍କ ହୃଦୟ ଏକ ମିନିଟ୍‌ ମଧ୍ୟରେ ୭୦ରୁ ୭୨ଥର ସ୍ପନ୍ଦିତ ହେଉଥିବା ବେଳେ ମହିଳାମାନଙ୍କର ହୃଦୟ ୭୮ରୁ ୮୨ଥର ପର୍ଯ୍ୟନ୍ତ ସ୍ପନ୍ଦିତ ହୁଏ । ଏହିପ୍ରକାରେ ମହିଳାଙ୍କ ବଡି କ୍ଲକ୍‌ ପୁରୁଷଙ୍କ ତୁଳନାରେ ୧.୭ରୁ ୨.୩ଘଣ୍ଟା ଅଧିକ କାର୍ଯ୍ୟକ୍ଷମ ହେବାର ଦକ୍ଷତା ନିହିତ ଥାଏ । ମହିଳା ସବୁବେଳେ ଅଭିଯୋଗ କରନ୍ତି କି ତାଙ୍କ ପାଖରେ ପରିଧାନ କରିବା ନିମନ୍ତେ ପୋଷାକର ଅଭାବ ରହିଛି, ଯଦିବା ଶୟନକକ୍ଷରେ ଥିବା ପୋଷାକଗୁଡ଼ିକୁ ସେମାନେ ମାତ୍ର ଥରେ କିମ୍ୱା ଦୁଇଥର ପିନ୍ଧିଥାନ୍ତି, କିନ୍ତୁ ପୁରୁଷମାନେ ଏହି ପୋଷାକ ପରିଧାନ କ୍ଷେତ୍ରରେ ସଂପୂର୍ଣ୍ଣ ବିପରୀତ ଆଚରଣ କରନ୍ତି । ବିଶେଷଜ୍ଞମାନଙ୍କ କହିବାନୁସାରେ ମହିଳାମାନଙ୍କୁ ନୂଆ ଜନ୍ମିତ ଶିଶୁଙ୍କ ବାସନା ବହୁତ ଉତ୍ତେଜିତ କରିଥାଏ । ଏହି ଉତ୍ତେଜନା କୌଣସି ନିଶାସକ୍ତ ଯୁବକର ବେଦନା ସହିତ ସମାନ । ସେହିପରି ମହିଳାମାନଙ୍କର ଜିଭ ପୁରୁଷଙ୍କ ତୁଳନାରେ ବହୁତ ଗୁଣ ଅଧିକ ସ୍ୱାଦ ଚାଖିପାରେ ।