latest

‘ଶଙ୍ଖନାଦ’ରେ ସ୍ୱାଗତ, ୨୨ କିଲୋମିଟରର ରୋଡ୍‌ ଶୋ’ରେ ଗଲେ ସାବରମତୀ ଟ୍ରମ୍ପ

Spread the News

ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅହମଦାବାଦ୍‌ଠାରେ ‘ଶଙ୍ଖନାଦ’ କରି ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍‌ରୁ ପ୍ରଥମେ ଟ୍ରମ୍ପଙ୍କ ସହ ପତ୍ନୀ ବା ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଓହ୍ଲାଇଥିଲେ। ଏହା ପୂର୍ବରୁ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମଧ୍ୟ ପ୍ରସ୍ତୁତ ଥିଲେ। ମୋଦି ଓ ଟ୍ରମ୍ପ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାପରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ରହିଥିବାରୁ ଏପରି ଆଲିଙ୍ଗନ ଜାରି ରହିବ ବୋଲି କୁହାଯାଉଛି।

ଟ୍ରମ୍ପ ବିମାନବନ୍ଦରରୁ ଓହ୍ଲାଇବା ମାତ୍ରେ ପୂର୍ବରୁ ଧାଡ଼ି କରି ସୁସଜ୍ଜିତ ଗୁଜରାଟୀ କଳାକାରଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ପରେ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ନୃତ୍ୟ ମଧ୍ୟ ସାମିଲ ହୋଇଥିଲା। ଏହାର ରଙ୍ଗକୁ ଦ୍ୱିଗୁଣିତ କରୁଥିଲା ଢୋଲର ଶବ୍ଦ। ଏହି ନୃତ୍ୟ ଓ ବାଦ୍ୟକୁ ମୋଦିଙ୍କ ସହ ଟ୍ରମ୍ପ ଏବଂ ମେଲାନିଆ ରେଡ୍‌ କାର୍ପେଟ୍‌ରେ ଚାଲିଚାଲି ଉପଭୋଗ କରିଥିଲେ। ଏହାପରେ ଝିଅ ଇଭାଙ୍କା ଏବଂ ଜ୍ୱାଇଁ ଜାରେଡ୍‌ ମଧ୍ୟ ବିମାନରୁ ଓହ୍ଲାଇଥିଲେ। ଏବେ ସେମାନେ ୨୨ କିଲୋମିଟରରେ ରୋଡ୍‌ ଶୋ’ରେ ବାହାରି ଯାଇଛନ୍ତି। ସେମାନେ ଏହାପରେ ମହାତ୍ମା ଗାନ୍ଧିଙ୍କ ପ୍ରୟୋଗଶାଳା କୁହାଯାଉଥିବା ସାବରମତୀ ଆଶ୍ରମକୁ ଯିବେ।

Tags: