latest

ଆଖି ଝଲସାଇବା ଭଳି ରେଶମୀ କେଶ ଯଦି ଦରକାର ତେବେ ଏହି ଉପସ୍ଥାପନା ପଢ଼ନ୍ତୁ

Spread the News

ସୌନ୍ଦର୍ଯ୍ୟ ନିମନ୍ତେ କେଶର ଭୂମିକା ମହତ୍ତ୍ୱପୂର୍ଣ୍ଣ । ପ୍ରଦୂଷଣ କାରଣରୁ କେଶ ପ୍ରାୟ ନିରସ, ଶୁଷ୍କ ତଥା ରୁକ୍ଷ୍ଣ ହେଇଯିବା ଏକ ସାଧାରଣ ଘଟଣା । ଏହା ବ୍ୟତୀତ ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟର ଅନିୟମିତତା କେଶ ଉପରେ କୁପ୍ରଭାବ ପକାଇଥାଏ । ଏଣୁ କେଶର ସଠିକ୍‌ ଯତ୍ନ ନେବା ନିମନ୍ତେ ଏହାକୁ ସଠିକ୍‌ ପୋଷଣ ଯୋଗେଇବା ଦରକାର ଯାହାକି ଅଲିଭ୍‌ ଅଏଲ୍‌ରୁ ମିଳିଥାଏ ।
ଅଲିଭ୍‌ ଅଏଲ୍‌ରେ ମୋନୋ ସେଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ଥାଏ, ଯାହା କେଶର ଆର୍ଦ୍ରତାକୁ ପ୍ରାକୃତିକ ଭାବେ କମିବାକୁ ଦେଇନଥାଏ । ଅଲିଭ୍‌ ଅଏଲ୍‌ ଚର୍ମପାଇଁ ମଧ୍ୟ ଉପଯୋଗୀ ଅଟେ । ଏହାକୁ ମାଲିସ୍‌ କଲେ ଚର୍ମର ଚିକ୍କଣତା ବଜାୟ ରହିଥାଏ । ଅଲିଭ୍‌ ଅଏଲ୍‌କୁ କେଶରେ ମସାଜ୍‌ କଲେ ଏହା ନାମୀଦାମୀ ବ୍ରାଣ୍ଡ୍‌ ତଥା ଅତି ଉଚ୍ଚମାନର କଣ୍ଡିସନର ଭଳି କାମ କରେ । ଅଲିଭ୍‌ ଅଏଲ୍‌ ଏକ ଆଣ୍ଟି ଅକ୍ସିଡେଣ୍ଟ୍‌ ଭଳି କାର୍ଯ୍ୟ କରେ । ଏହା କେଶରେ ହେଉଥିବା ରୁପି ସମସ୍ୟାକୁ ଦୂର କରେ । ଏଥିସହିତ ଅସମୟରେ ଦେଖାଦେଉଥିବା ପାଚିଲାକେଶ ସମସ୍ୟାରୁ ମୁକ୍ତି ଦିଏ । ଯଦି ଆପଣ ଘରୋଇ ଉପଚାର କରି କେଶର ଯତ୍ନ ନେବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ଅଲିଭ୍‌ ଅଏଲ୍‌ ସବୁଠାରୁ ଭଲ ଉତ୍ପାଦ । ଅଲିଭ୍‌ ଅଏଲ୍‌ କେଶର ନାନାବିଧ ଜଟିଳ ସମସ୍ୟାର ନିରାକରଣ କରିଥାଏ ।