latest

ଭଙ୍ଗାରୁଜା କରି ୨ ଗିରଫ

Spread the News

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ରାଏ ବାହାଦୁର ଲେନ୍‌ସ୍ଥିତ ଗୋପବନ୍ଧୁ କଲୋନିରେ ରହୁଥିବା ରଣଜିତ ନାୟକଙ୍କ ଘରେ କେତେକ ଦୁର୍ବୃତ୍ତ ବଳପୂର୍ବକ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏ ସଂକ୍ରାନ୍ତରେ ରଣଜିତ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ୫୯/୨୦ ନମ୍ୱରରେ ଏକ ମାମଲା ରୁଜୁ କରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ନାମ ଯଥାକ୍ରମେ ବିନାୟକ ନାଏକ(୨୫) ଓ ମହେଶ ନାୟକ(୨୬) ଏବଂ ଏମାନଙ୍କ ଘର ନରେନ୍ଦ୍ରକୋଣ ହରିଜନ ବସ୍ତିରେ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଭଙ୍ଗାରୁଜା ହେଇଥିବାର ପୁଲିସ ସୂଚନା ଦେଇଛି ।