latest

ମାରୁତି ସେନା ପକ୍ଷରୁ ରକ୍ତଦାନ ଶିବିର

Spread the News

ପୁରୀ, (ମୋ ଓଡ଼ିଶା): ଆଜି ସ୍ଥାନୀୟ ବାବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ସାମାଜିକ ସଂଗଠନ ମାରୁତି ସେନା ପକ୍ଷରୁ ବାର୍ଷିକୋତ୍ସବର ଆୟୋଜନ କରାଯାଉଛି । ଏହି ଅବସରରେ ମନ୍ଦିର ନିକଟରେ ସଂଗଠନ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ସ୍ଥିରୀକୃତ କରାଯାଇଛି । ସେନା ପକ୍ଷରୁ ସମସ୍ତ ସଚେତନ ଜନସାଧାରଣଙ୍କୁ ଏହି ରକ୍ତଦାନ ଶିବିରରେ ପହଞ୍ଚି ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଆହ୍ୱାନ ଦିଆଯାଇଛି । ରକ୍ତଦାନ ସମ୍ପର୍କରେ ସାମାଜିକ ସଚେତନତା ସୃଷ୍ଟି କରିବା ଦିଗରେ ମାରୁତି ସେନା ସର୍ବଦା ଉଦ୍ୟମରତ ବୋଲି ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।