latest

ନିର୍ବାଚନ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ଚିଠି ଲେଖିଲା ମୁକ୍ତିମଣ୍ଡପ ପଣ୍ଡିତସଭା

Spread the News

ପୁରୀ, (ମୋ ଓଡ଼ିଶା): ମୁକ୍ତିମଣ୍ଡପ ପଣ୍ଡିତସଭାର ନୂଆ କାର୍ଯ୍ୟ ନିର୍ବାହିକା ପରିଷଦ ଗଠନ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମୁକ୍ତିମଣ୍ଡପ ପଣ୍ଡିତସଭାର ଉପସଭାପତି ଉମାବଲ୍ଲଭ ମହାପାତ୍ର ଚିଠି ଲେଖିଛନ୍ତି । ଶ୍ରୀ ମହାପାତ୍ର ଏହି ଚିଠିରେ ଉଲ୍ଲେଖ କରି ଲେଖିଛନ୍ତି, ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପବିଧି ୧୪(ଚ) ଧାରା ଅନୁଯାୟୀ କାର୍ଯ୍ୟ ନିର୍ବାହିକା ପରିଷଦର ଅବଧି ୩ ବର୍ଷ । ୨୦୧୭ ମସିହା ଏପ୍ରିଲ ମାସ ୩୦ ତାରିଖରେ ମୁକ୍ତିମଣ୍ଡପ ପଣ୍ଡିତସଭା କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିଜେ ଶଙ୍କରାଚାର୍ଯ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । କାର୍ଯ୍ୟ ନିର୍ବାହିକା ପରିଷଦର କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ଶେଷ ହେଉଅଛି । ଏଣୁ, ମୁକ୍ତିମଣ୍ଡପ ପଣ୍ଡିତସଭାର ନୂଆ କାର୍ଯ୍ୟ ନିର୍ବାହିକା ପରିଷଦ ଗଠନ କରିବା ପାଇଁ ପଣ୍ଡିତସଭାର ଉପବିଧି ୧୪(ଛ) ଅନୁଯାୟୀ ସମସ୍ତ ନିର୍ବାଚନ ପ୍ରକ୍ରିୟାମାନ ଆରମ୍ଭ କରି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ନିର୍ଦ୍ଦେଶନାମା ଜାରି କରିବାକୁ ଶ୍ରୀ ମହାପାତ୍ର ଉକ୍ତ ଚିଠି ଜରିଆରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିବେଦନ କରିଛନ୍ତି ।