latest

Date: February 26, 2020

Total 16 Posts

ଶ୍ରୀକ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ, (ମୋ ଓଡ଼ିଶା): ଗତକାଲି ରାତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀକ୍ଷେତ୍ର ପୁରୀରେ ଆସି ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ ପୁରୀ ଆସି ସ୍ଥାନୀୟ ବଳିଆପଣ୍ଡାଠାରେ ଏକ ହୋଟେଲରେ ରାତ୍ର ରହଣୀ କରୁଛନ୍ତି ।

ଅଦିନିଆ ବର୍ଷାରେ ସହରବାସୀ ଆଚମ୍ବିତ

ପୁରୀ, (ମୋ ଓଡ଼ିଶା): ଅକସ୍ମାତ୍‌ ଶ୍ରୀକ୍ଷେତ୍ରର ଆକାଶରେ ଘୋଟି ଆସିଲା କଳା ବାଦଲ । ନିମିଷକ ମଧ୍ୟରେ ସବୁଆଡ଼େ ଅନ୍ଧକାର ରାଜୁତି କଲା, ପୂର୍ବାହ୍ନ ୧୧ଟା ସମୟ ହୋଇଥିଲେ ମଧ୍ୟ ସନ୍ଧ୍ୟାର ଭ୍ରମ ସୃଷ୍ଟି ହେଲା । ଗତକାଲିର ଏହିଭଳି ସ୍ଥିତି

ବିଚ୍‌ ରାସ୍ତାରେ ଯୁବତୀଙ୍କୁ ଆକ୍ରମଣ

ପୁରୀ, (ମୋ ଓଡ଼ିଶା): ପୂର୍ବ ଘଟଣାକୁ କେନ୍ଦ୍ର କରି ଜନୈକ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରାଯାଇଛି । ଏ ନେଇ ତାଳବଣିଆ ଥାନାରେ ଯୁବତୀ ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ସିଦ୍ଧ ମହାବୀର ଚମାର

ଭିକ୍ଷୁକଙ୍କୁ ଖାଦ୍ୟ, ବସ୍ତ୍ର ଦାନ କଲା ଶ୍ରୀଜଗନ୍ନାଥ ମନ୍ଦିର ଅବସରପ୍ରାପ୍ତ କର୍ମଚାରୀ ସଂଘ

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ବାରବାଟି ଜାଗା ନୂଆ ସାହିସ୍ଥିତ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମର ରୂପରେଖ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଗତ ୨୦୧୮ ମସିହାରେ ଏହି ସଂଘ

ଗୃହରକ୍ଷୀ ବାଇକ୍‌ ଛଡ଼ାଇ ନେଲେ: ଏସ୍‌ପିଙ୍କ ନିକଟରେ ଅଭିଯୋଗ

ପୁରୀ, (ମୋ ଓଡ଼ିଶା): ସ୍ଥାନୀୟ ଚୁଡ଼ଙ୍ଗ ସାହି ମାତାଗୋସାଇଁ ଲେନ୍‌ର ବାସିନ୍ଦା ଅନନ୍ତ ପାତ୍ରଙ୍କର ଏକ ବାଇକ୍‌(ଓଡି-୧୩-ଏମ୍‌-୮୯୪୩)ଟିକୁ ଜନୈକ ଗୃହରକ୍ଷୀ ବଳପୂର୍ବକ ଛଡ଼ାଇନେବା ବିଷୟ ସହରସାରା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଶ୍ରୀ ପାତ୍ର ମାଂସ କିଣିବା ନିମନ୍ତେ

କେସର ବ୍ୟବହାର ଦ୍ୱାରା ହେଉଥିବା ଚମତ୍କାରୀ ଲାଭ

କେସରକୁ ବିରିୟାନୀ, କ୍ଷୀରୀ, ବିଭିନ୍ନ ପ୍ରକାର ମିଠା ବ୍ୟଞ୍ଜନରେ ବ୍ୟବହାର କରାଯାଏ । ଏହାସହିତ ଅନେକ ଦୁଗ୍ଧଜାତ ଉତ୍ପାଦଗୁଡ଼ିକରେ ଏହି କେସରକୁ ଫ୍ଲେଭର ଦେବା ନିମନ୍ତେ ଉପଯୋଗ କରାଯାଏ । ସାଧାରଣତଃ କେସରକୁ ସ୍ୱାସ୍ଥ୍ୟହିତକାରୀ ଖାଦ୍ୟଗୁଡ଼ିକରେ ପାଚନତନ୍ତ୍ରକୁ କ୍ରିୟାଶୀଳ କରିବା ନିମନ୍ତେ

ସକୁଶଳ ଓ ସୁରକ୍ଷିତ ଯାତ୍ରା ନିମନ୍ତେ କିଛି ଉପାଦେୟ ଟିପ୍ସ

ଯାତ୍ରା ସର୍ବଦା ଆମର ମନ ଓ ମସ୍ତିଷ୍କକୁ ଚଳଚଞ୍ଚଳ ତଥା ସତେଜତା ପ୍ରଦାନ କରେ । ନୂଆସ୍ଥାନକୁ ଯାତ୍ରା କରିବା ଦ୍ୱାରା ଆମେ କିଛି ନୂଆ ଜିନିଷ ଶିଖିବାକୁ ପାଇଥାଉ । ଏହି ଯାତ୍ରା ବା ଭ୍ରମଣକୁ କିପରି ଅଳ୍ପଖର୍ଚ୍ଚ ତଥା

କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨୭୧୫

ବିଶ୍ବବ୍ୟାପୀ ୭୮,୬୦୪ରୁ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ୩୦ରୁ ଅଧିକ ଦେଶରେ ଏବେ ଭାଇରସ୍‌ ପହଞ୍ଚି ସାରିଥିବାବେଳେ ଚୀନ୍‌ ବାହାରେ ଦକ୍ଷିଣ କୋରିଆ, ଇରାନ୍‌ ଓ ଇଟାଲିରେ ଭାଇରସ୍ ସର୍ବାଧିକ ଆତଙ୍କ ଖେଳାଇଛି। କରୋନା ଭାଇରସ୍‌ ଯୋଗୁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା

‘ବାସି ଓ ନିମ୍ନମାନର ଅଣ୍ଡାକୁ ଓଡିଶାରେ ପୁରାଇ ଦେବୁନି’

 ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏସନ ( AOLFA ) । ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରିନପାରି ପାଖପାଖି ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ

ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ପରଲୋକ

ପୂର୍ବତନ  କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।ଶ୍ରୀ ନାୟକ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ

ମାର୍ଚ୍ଚ ୩ରୁ +୨ ପରୀକ୍ଷା

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ତେବେ ଏପ୍ରିଲ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ। ମେ ଶେଷ ସପ୍ତାହରେ