latest

Date: March 1, 2020

Total 11 Posts

ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଦାୟିତ୍ୱ ସହିତ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି।ସୂଚନାଯୋଗ୍ୟ, ୨୦୧୯ ସାଧାରଣ

ବାର୍ଡଫ୍ଲୁ ଆତଙ୍କ : ଚିକେନ କିଲୋ ୫୦ ଟଙ୍କା

ବାଲେଶ୍ୱର ଜିଲ୍ଲା ସୋରରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି। ଆଜି ସହରରେ ହଜାର ହଜାର କୁକୁଡ଼ା ମରିଯାଇଥିବା ଦେଖିବାକୁ ମିଳିଛି। ତେବେ କେମିତି ଏତେ ସଂଖ୍ୟାରେ କୁକୁଡାଙ୍କ ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁକୁଡ଼ା ମଡ଼କକୁ ନେଇ ସ୍ଥାନୀୟ ଅଞ୍ଚଳରେ

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

କଟକ ବଡ଼ ଡାକ୍ତରଖାନାରେ ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଦେବଗଡ଼ ଜିଲ୍ଲା ଛତାବର ଅଞ୍ଚଳର ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଝିଅ ସ୍ମୃତିରେଖାଙ୍କ ହାତରେ ଏହି ଅପରେସନ କରାଯାଇଛି। ସ୍ମୃତିରେଖାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଭଲ ଭାବେ ବିକଶିତ ହୋଇ ନଥିବାରୁ

ବସ୍ ଓଲଟି ୨୦ ଆହତ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଭଗିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ

ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ

ଏ ବର୍ଷ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ହୋଇପାରିଲା ନାହିଁ। ଆଉ ଗତକାଲି ଲିଙ୍ଗରାଜ ମହାପ୍ରଭୁ ଉପାସରେ ରହିଲେ। କପିଳନାଥ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ଏପରି ଅଭାବନୀୟ ଘଟଣା ସୃଷ୍ଟି ହୋଇଛି। ପ୍ରଶାସନର ଘନ

ଶ୍ରମିକ ସାଜିଲେ ବିଡିଓ

ଶ୍ରମିକ ସାଜିଲେ ବିଡିଓ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ସେ ଶ୍ରମିକ ସାଜିଥିଲେ। ଆଉ ହାତରେ କୋଦାଳ ଧରି ସିମେଣ୍ଟ୍ ମସଲା ଗୋଳାଇବା ସହିତ କାନ୍ଧରେ ମେଟାଲ ବୋହିଥିଲେ। ଗତକାଲି ଏମିତି କିଛି ଦୃଶ୍ୟ ଦେଖିବାକୁ

ଗିରଫ ହେଲେ ପୂର୍ବତନ ଲ୍ୟାମ୍ପସ ଏମ୍‌ଡି

ମାଲକାନଗିରି ଜିଲ୍ଲା ଶିଖପାଲ୍ଲୀ ଲ୍ୟାମ୍ପସର ପୂର୍ବତନ ଏମ୍‌ଡିଙ୍କୁ ମାଲକାନଗିରି ଥାନା ପୁଲିସ୍‌  ଗିରଫ କରିଛି।  ତାଙ୍କ ନାଁ ଶ୍ୟାମ ସୁନ୍ଦର ପଟ୍ଟନାୟକ। ୨୦୧୯ ମସିହା ଜୁଲାଇ ଓ ଅଗଷ୍ଟ ମାସରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା। ଏହି ସମୟରେ ଶ୍ୟାମ

କମିଲା ଏଲପିଜି ସିଲିଣ୍ଡରର ଦାମ

ଏଲପିଜି ସିଲିଣ୍ଡରର ଦାମ କମାଇଛନ୍ତି ତୈଳ କମ୍ପାନୀ। ମାର୍ଚ୍ଚ ଆରମ୍ଭରୁ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ସେହିପରି ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ୮୪.୫୦ ଟଙ୍କା ଶସ୍ତା ହୋଇଛି।ରାଜଧାନୀ ଦିଲ୍ଲୀରେ ଏଲିପିଜି ଗ୍ୟାସର ଦାମ

ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

ଉତ୍ତର-ପୂର୍ବ ଦିଲ୍ଲୀରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ହିଂସାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ପରିବେଶ ଅନୁକୂଳ ନଥିବାରୁ ପରୀକ୍ଷା ସ୍ଥଗିତ ରଖାଯାଇଛି। ବାର୍ଷିକ ବୋର୍ଡ ପରୀକ୍ଷା

କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ

କରୋନା ଭାଇରସ ପାଇଁ ଏବେ ଭାରତ ଚୀନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି ଭାରତ। କରୋନାର ସ୍ଥିତି ସୁଧୁରୁନଥିବାରୁ ଏବେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀକୁ ଅନ୍ୟ ଦେଶରୁ ଆମଦାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି

ଜଳାଶୟଠାରୁ ଦୂରେଇ ରୁହନ୍ତୁ

ମେଷ: ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବୃଷ:  ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ: ପରିବାରରେ ହସଖୁସିର ପରିବେଶ ରହିବ। ଅଟକି ରହିଥିବା କାର୍ଯ୍ୟ