latest

ଶାରୀରିକ ବ୍ୟାୟାମ କରିବା ପୂର୍ବରୁ ଭୁଲ୍‌ରେ ମଧ୍ୟ ଏହି ଖାଦ୍ୟସବୁ ଖାଆନ୍ତୁ ନାହିଁ

Spread the News

ଖାଲି ପେଟରେ ବ୍ୟାୟାମ କରିବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । ବିଭିନ୍ନ ଗବେଷଣାର ତଥ୍ୟମାନ ବିଶ୍ଳେଷଣ କରି ବହୁ ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ମଧ୍ୟ ଖାଲିପେଟରେ ବ୍ୟାୟାମ କରିବାକୁ ସ୍ୱାସ୍ଥ୍ୟପକ୍ଷେ ଅହିତକର ବୋଲି ଦର୍ଶାଇଛନ୍ତି । ଏହି କାରଣରୁ ଅଧିକାଂଶ ଲୋକ ବ୍ୟାୟାମ ପୂର୍ବରୁ ଅଳ୍ପକିଛି ଖାଦ୍ୟ ଖାଇଥାନ୍ତି । ମାତ୍ର ପାଠକବନ୍ଧୁ, ଏମିତି କେତେଗୁଡ଼ିଏ ଖାଦ୍ୟ ଅଛି ଯାହାକୁ ବ୍ୟାୟାମ କରିବା ପୂର୍ବରୁ ଖାଇଲେ ସ୍ୱାସ୍ଥ୍ୟଗତ ସମସ୍ୟାମାନ ଉପୁଜିପାରେ । ଆସନ୍ତୁ, ଏହିସବୁ ଖାଦ୍ୟଗୁଡ଼ିକ ବିଷୟରେ ଜାଣିବା…
ଆଭକାଡୋ
ଏହି ଫଳର ଅନେକ ଉପକାରିତା ଥିଲେ ମଧ୍ୟ ବ୍ୟାୟାମ କରିବା ପୂର୍ବରୁ ନଖାଇବା ଭଲ । କାରଣ ଏହି ଫଳରେ ଫ୍ୟାଟ୍‌ ଓ ଫାଇବର ଭରପୁର ମାତ୍ରାରେ ରହିଛି । ଏହି ଫଳଟିର ପାଚନ ନିମନ୍ତେ ଯଥେଷ୍ଟ ସମୟ ଲାଗିଥାଏ । ଏଣୁ, ବ୍ୟାୟାମ କରିବା ପୂର୍ବରୁ ଆଭକାଡୋ ଭଳି ଫଳର ସେବନ କଲେ ପେଟ ମୋଡ଼ା ହେବା ତଥା ଦରଜ ହେବା ଭଳି ସମସ୍ୟା ଦେଖାଦେଇପାରେ ।
ଲୁଣିଆ ଆହାର
ଶାରୀରିକ ବ୍ୟାୟାମର ଠିକ୍‌ ପୂର୍ବରୁ ଲୁଣିଆ ଖାଦ୍ୟସବୁ ଖାଇବାକୁ ସର୍ବଦା ବାରଣ କରାଯାଇଛି । ଏପରି କଲେ ଡିହାଇଡ୍ରେସନ ହେଇ ଗୁରୁତର ପେଟ ସମସ୍ୟାମାନ ସୃଷ୍ଟି ହେଇପାରେ । ଯଦି ଲୁଣମିଶା କିଛି ଖାଦ୍ୟ ଖାଇଛନ୍ତି ତେବେ ପ୍ରଥମରୁ ହିଁ ଏହାସହିତ ୨-୩ ଗ୍ଲାସ୍‌ ପାଣି ପିଇନିଅନ୍ତୁ ।
ରିଫାଇନ୍‌ଡ ସୁଗାର ତଥା ସୁଇଟ୍‌ ବେଭରେଜ
ଏହିଭଳି ଖାଦ୍ୟ ଖାଇଲେ ଶରୀରରେ ଅଳସପଣ ଦେଖା ଦେଇଥାଏ । ଫଳରେ କୌଣସି ବ୍ୟାୟାମ କରିବା ଅତ୍ୟନ୍ତ କଷ୍ଟକର ହେବ ।
ବିଭିନ୍ନ ମସଲାଯୁକ୍ତ ଓ ଛଣାଖାଦ୍ୟ
ବ୍ୟାୟାମ କରିବା ପୂର୍ବରୁ ଏହିସବୁ ଖାଦ୍ୟ ଖାଇବାରୁ ବିରତ ରୁହନ୍ତୁ । ମସଲାଯୁକ୍ତ ତଥା ଛଣାଖାଦ୍ୟ ଖାଇ ବ୍ୟାୟାମ କଲେ ଛାତିରେ ଜ୍ୱଳନ ଓ ଦରଜ ସମସ୍ୟା ଦେଖାଦିଏ । ଏହା ବ୍ୟତୀତ କ୍ରିମ୍‌ ଓ ଚିଜ୍‌ ମିଶା ଖାଦ୍ୟଗୁଡ଼ିକୁ ମଧ୍ୟ ଶାରୀରିକ ପରିଶ୍ରମ କରିବା ପୂର୍ବରୁ ଖାଇଲେ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କାରଣ, ଏହିସବୁ ଖାଦ୍ୟଗୁଡ଼ିକର ପାଚନ ନିମନ୍ତେ ଅଧିକ ସମୟ ଲାଗିଥାଏ ।
ବିନ୍ସ, ବ୍ରୋକଲି ତଥା ଦୁଗ୍ଧଜାତ ଖାଦ୍ୟ
ଏହି ଖାଦ୍ୟଗୁଡ଼ିକ ଖାଇ ବ୍ୟାୟାମ କଲେ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୁଏ । ଏହିସବୁ ଖାଦ୍ୟ ଶରୀର ପକ୍ଷେ ହିତକର ହେଲେ ମଧ୍ୟ ଏଗୁଡ଼ିକୁ ବ୍ଲଣ୍ଟିଙ୍ଗ୍‌ ଫୁଡ଼୍‌ ଶ୍ରେଣୀରେ ସାମିଲ କରାଯାଇଛି । ଏଣୁ, ବ୍ୟାୟାମ ପୂର୍ବରୁ ଏହି ଶ୍ରେଣୀୟ ଖାଦ୍ୟଗୁଡ଼ିକର ସେବନରୁ ନିବୃତ୍ତ ରହିବା ଶ୍ରେୟଷ୍କର ।