latest

ସକାଳୁ ଉଠିବା ପରେ ହାଲ୍‌କା ଉଷୁମ ପାଣି ପିଇବାର ଉପକାରିତା

Spread the News

ଅଳ୍ପ ଉଷୁମ ଥିବା ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ । ସକାଳୁ ଉଠିବା ପରେ ଯଦି ଆପଣ ହାଲ୍‌କା ଉଷୁମ ପାଣି ପିଉଛନ୍ତି ତେବେ ଆପଣଙ୍କୁ ବିଭିନ୍ନ ରୋଗ ଦାଉରୁ ରକ୍ଷା ମିଳିଥାଏ । ରାତ୍ର ଶୟନ ସମୟରେ ମୁହଁ ଭିତରେ ସୃଷ୍ଟି ହେଉଥିବା ଲାଳ ବିଭିନ୍ନ ରୋଗରୁ ଉପଶମ କରିଥାଏ, କାରଣ ଏଥିରେ ଅକ୍ସଲାଇଡ୍‌ ତତ୍ତ୍ୱ ନିହିତ ଥାଏ । ଖାସ୍‌ ଏହି କାରଣରୁ ସକାଳୁ ଶେଯରୁ ଉଠି ଅଳ୍ପ ଗରମ ପାଣି ପିଇବାକୁ ଆୟୁର୍ବେଦରେ ବିଶେଷ ଗୁରୁତ୍ୱ ଦିଆଯାଇଛି, ଏହାଦ୍ୱାରା ସ୍ୱାସ୍ଥ୍ୟର ଉପକାର ସାଧନ ହେଉଥିବାର ଆୟୁର୍ବେଦରେ ଉଲ୍ଲେଖ କରାଯାଇଅଛି । ଯଦି ଆପଣ ପେଟରୋଗଜନିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ପେଟ ସଫା ହେଉନାହିଁ, ତେବେ ଆପଣଙ୍କୁ ସକାଳୁ ଖାଲିପେଟରେ ଉଷୁମପାଣି ପିଇବାର ଆବଶ୍ୟକତା ରହିଛି । ଏପରି କଲେ ଗ୍ୟାସଜନିତ ରୋଗରୁ ମୁକ୍ତି ମିଳିବା ସହିତ ପାଚନ ସଠିକ୍‌ ରୂପରେ କ୍ରିୟାନ୍ୱିତ ହେଇଥାଏ । କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୁଏ । ଯଦି ଆପଣ ମୋଟାପଣର ଶିକାର ହେଇଛନ୍ତି ତାହାଲେ ସକାଳୁ ଖାଲିପେଟରେ ଉଷୁମପାଣିର ପିଇବା ଏକ ରାମବାଣ ସଦୃଶ ଉପାଦେୟ ହେବ । ଦୈନିକ ସକାଳୁ ଉଠିବା ପରେ ଉଷୁମପାଣିକୁ ଲେମ୍ୱୁ ସହିତ ମିଶାଇ ସେବନ କଲେ ଏହା ଶରୀରର ଓଜନକୁ ନିୟନ୍ତ୍ରଣ କରିବା ଦିଗରେ ଅଧିକ ସହାୟକ ହୋଇପାରିବ । ଏହାକୁ ଏକ ମହୌଷଧି କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଏହି ଉଷୁମ ପାଣିର ସେବନ ଦ୍ୱାରା ଡିପ୍ରେସନ୍‌ ଭଳି ଜଟିଳ ସମସ୍ୟାରୁ ଉପଶମ ମିଳିବା ସହିତ ମାନସିକ ଚାପ ମଧ୍ୟ ନିୟନ୍ତ୍ରିତ ହେଇଥାଏ । ଆଣ୍ଠୁରେ ଦରଜ ହେଉଥିଲେ ଆପଣଙ୍କ ସକାଳୁ ଖାଲିପେଟରେ ଉଷୁମପାଣି ପିଅନ୍ତୁ । ଏହି ଉଷୁମପାଣିର ନିୟମିତ ସେବନ ଦ୍ୱାରା ଆଣ୍ଠୁ ଦରଜ ଭଳି ସମସ୍ୟାରୁ ନିସ୍ତାର ମିଳିଥାଏ । ସର୍ଦ୍ଦି ଥଣ୍ଡା ଭଳି ରୋଗ କବଳରୁ ମୁକୁଳିବା ପାଇଁ ଦୈନିକ ଉଷୁମପାଣିର ସେବନ କରିବା ନିତାନ୍ତ ଆବଶ୍ୟକ ।