latest

ହୃଦୟକୁ ସୁସ୍ଥ ରଖିଥାଏ ଏହି ୫ଟି ଖାଦ୍ୟ

Spread the News

ହୃଦୟକୁ ସୁସ୍ଥ ରଖିଥାଏ ଏହି ୫ଟି ଖାଦ୍ୟ
କେବଳ ଭାରତବର୍ଷରେ ନୁହେଁ ସମଗ୍ର ବିଶ୍ୱରେ ହୃଦୟ ସମ୍ୱନ୍ଧିତ ରୋଗଗୁଡ଼ିକର ସମସ୍ୟା ବଢ଼ିବାରେ ଲାଗିଛି । ହାର୍ଟ ଆଟାକ୍‌, ଷ୍ଟୋକ୍‌, ହାର୍ଟ ଫେଲିଓର ଭଳି ଗୁରୁତର ବ୍ୟାଧିଗୁଡ଼ିକ ନିମନ୍ତେ ପୃଥିବୀର ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ହୃଦୟ ସମ୍ୱନ୍ଧିତ କୌଣସି ରୋଗର କୋପଦୃଷ୍ଟିରୁ ବର୍ତ୍ତିବା ପାଇଁ ସବୁଠାରୁ ସହଜ ଉପାୟ ହେଲା ସଠିକ୍‌ ଜୀବନଶୈଳୀର ଅନୁସରଣ । ଆପଣ ଯଦି ଦୈନନ୍ଦିନ ଫାଇବର ଭରପୁର ଥିବା ଖାଦ୍ୟଗୁଡ଼ିକ ସେବନ କରିବେ ତେବେ ଆପଣଙ୍କର ବ୍ଲଡ୍‌ ପ୍ରେସର, କୋଲେଷ୍ଟ୍ରଲ୍‌ ଓଜନ ନିୟନ୍ତ୍ରଣରେ ରହିବ, ଯାହାଫଳରେ ଆପଣଙ୍କର ହୃଦୟ ମଧ୍ୟ ସୁସ୍ଥ ରହିବ । ଏଣୁ, ପାଠକବନ୍ଧୁ ! ଆସନ୍ତୁ ଜାଣିବା ୫ଟି ଖାଦ୍ୟ ବିଷୟରେ ଯେଉଁଗୁଡ଼ିକୁ ଦୈନନ୍ଦିନ ଭୋଜନରେ ସାମିଲ କରି ଆପଣ ହୃଦୟକୁ ସୁସ୍ଥ ରଖିପାରିବେ ।
ବ୍ରୋକଲି


ବ୍ରୋକଲି ଏକ ସୁପରଫୁଡ୍‌, ଯେଉଁଥିରେ ଲୌହର ଭରପୁର ମାତ୍ରା ରହିଛି । ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ବ୍ରୋକଲି ଖାଇବା ଦ୍ୱାରା ବ୍ୟାଡ୍‌ କୋଲେଷ୍ଟ୍ରଲ ଶରୀରରୁ ହ୍ରାସ ପାଇ ଗୁଡ୍‌ କୋଲେଷ୍ଟ୍ରଲ ମାତ୍ରାରେ ବୃଦ୍ଧି ଘଟିଥାଏ । ବ୍ରୋକଲିରେ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଅଧିକ ଥିବାରୁ ଏହା ଫ୍ରି ରାଡିକାଲ୍ସକୁ କମ୍‌ କରିଥାଏ । ଏହା ଶରୀରରେ ଇନସୁଲିନ୍‌ ସେନ୍‌ସିଟିଭିଟି ରେ ଉନ୍ନତି କରି ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ବେରିଜ୍


ଏଥିରେ ଯଥେଷ୍ଟ ମାତ୍ରାରେ ପୋଷକତତ୍ତ୍ୱ ଅଛି । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର ଫ୍ରି ରାଡିକାଲ୍ସଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରେ । ଏହି ଫଳରେ କ୍ୟାଲୋରୀ କମ୍‌ ରହିବା ସହିତ ଫାଇବର ବହୁତ ଅଧିକ ମାତ୍ରାରେ ଥାଏ, ଯାହା ଶରୀରରେ ଗୁଡ୍‌ କୋଲେଷ୍ଟ୍ରଲ୍‌ ବଢ଼ାଇବା ସହ ରକ୍ତଚାପକୁ ନିୟନ୍ତ୍ରଣ ରଖେ । ଷ୍ଟ୍ରବେରୀ, ବ୍ଲୁବେରୀ, ରସ୍ପବେରୀ, ବ୍ଲାକ୍‌ବେରୀ ଇତ୍ୟାଦି ସବୁ ପ୍ରକାର ବେରିଜ ହୃଦୟ ପାଇଁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଲାଭକାରୀ ଅଟେ ।
ମିରିକାଳୀ


ମିରିକାଳୀ ହୃଦୟକୁ ସୁସ୍ଥ ରଖିଥାଏ । ଏହାର ଇଂରାଜୀ ନାମ ଫ୍ଲାକ୍ସସିଡ୍‌ ଓ ହିନ୍ଦୀ ନାମ ଅଲସୀ ଅଟେ । ଏଥିରେ ପୋଟାସିୟମ୍‌, ଫାଇବର ଓ ଓମେଗା-୩ ଭଳି ପୋଷକତତ୍ତ୍ୱ ଭରପୁର ମାତ୍ରାରେ ରହିଅଛି । ମଧୁମେହ ଏବଂ ହାଇପରଟେନ୍‌ସନ ଭଳି ବ୍ୟାଧିର ସମ୍ଭାବନାକୁ ହ୍ରାସ କରୁଥିବାରୁ ଏହା ହୃଦୟ ସମ୍ୱନ୍ଧିତ ରୋଗପାଇଁ ଅମୃତ ସଦୃଶ ।
ଆଖରୋଟ୍‌


ଏକ ମୁଠା ଆଖରୋଟ୍‌ ଦୈନିକ ସେବନ କଲେ ଶରୀରରେ ଥିବା ବ୍ୟାଡ୍‌ କୋଲେଷ୍ଟ୍ରଲ ମାତ୍ରା କମ୍‌ ହେଇଥାଏ, ଫଳରେ ରକ୍ତ ଧମନୀଗୁଡ଼ିକରେ ଜ୍ୱଳନ ହ୍ରାସ ପାଇଥାଏ । ଏଣୁ, ହୃଦୟ ସମ୍ୱନ୍ଧିତ ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ ।
ଦହି


ଦହିରେ ପ୍ରଚୁର ମାତ୍ରାରେ ପ୍ରୋବାୟୋଟିକ୍ସ ଓ ଆଣ୍ଟିଅକ୍ସିଡେଣ୍ଟ ରହିଅଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟାଇଥାଏ । ଏହା ପାଚନତନ୍ତ୍ରକୁ ଅଧିକ କ୍ରିୟାଶୀଳ ରହୁଥିବାରୁ ହୃଦୟ ମଧ୍ୟ ସୁସ୍ଥ ରହେ ।