latest

ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ 12 ଥର ଛୁରୀ ଓ 51 ଥର ପ୍ରହାର କରାଯାଇଛି – ରିପୋର୍ଟ

Spread the News

ନୂଆଦିଲ୍ଲୀ, ଗତମାସରେ ଉତ୍ତର-ପୂର୍ବ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗା ସମୟରେ ହତ୍ୟା କରାଯାଇଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ଅତି କମରେ 12 ଥର ଛୁରୀ ଭୁସା ଯାଇଥିଲା।  ଏବଂ ମୋଟ 51 ଆହତ ହୋଇଥିଲେ ବୋଲି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଆଇବି କର୍ମଚାରୀଙ୍କୁ ତାଙ୍କ ମୁଣ୍ଡରେ ଅତି କମରେ 33 ଥର  ବାଡ଼ିରେ ଆଘାତ କରାଯାଇଥିଲା । ଫୁସଫୁସ ଏବଂ ମସ୍ତିଷ୍କରେ ଆଘାତ ହେତୁ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ହୋଇଥଲା।
 

ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ, କେତେକ  ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଦ୍ୱାରା ଆଘାତ କରାଯାଇ ଥିଲା।  ଏହାପୂର୍ବରୁ ମାର୍ଚ୍ଚ 13 ରେ ଦିଲ୍ଲୀର ଏକ କୋର୍ଟ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଅଭିଯୁକ୍ତ ସଲମାନଙ୍କୁ ଚାରି ଦିନ ପୋଲିସ ହେପାଜତକୁ ପଠାଇଥିଲେ। ଆଇବି କର୍ମଚାରୀଙ୍କ ହତ୍ୟା ମାମଲାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ପ୍ରକାଶ ଥାଉକି, ଦିଲ୍ଲୀରେ  ହୋଇଥିବା ହିଂସା ସମୟରେ ଅଙ୍କିତ ଶର୍ମା ଏବଂ ହେଡ କନଷ୍ଟେବଳ ରତନ ଲାଲଙ୍କ ସମେତ 53 ଜଣଙ୍କର ମୃତ୍ୟୁ ଘଟିଛି।