latest

କୋରୋନା ପାଇଁ ଫସିଲେ ହ୍ୟୁମାନ ସାଗର

Spread the News

ଝିଅଙ୍କୁ କରୋନା ଭାଇରସ ସହ ତୁଳନା କରି ଏବେ ସମାଲୋଚନାର ଶିକାର ହୋଇଛନ୍ତି ହ୍ୟୁମାନ୍। ଏହି ଗୀତ ପାଇଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ନିକଟରେ ହ୍ୟୁମାନ ସାଗରଙ୍କ ଏକ ଗୀତ ରିଲିଜ୍ ହୋଇଛି। ଏହି ଗୀତରେ ସେ ଝିଅମାନଙ୍କୁ କୋରୋନା ଭାଇରସ୍ ସହ ତୁଳନା କରିଛନ୍ତି। ତାଙ୍କର ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଉଦବେଗ  ପ୍ରକାଶ ପାଇଛି। ନିଜର କ୍ରେଜ ବଢାଇବା ନାଁରେ ତାଙ୍କର ଏଭଳି ଗୀତକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାପୂର୍ବରୁ ସରକାରୀ କାର୍ଯ୍ୟକ୍ରମରେ ବିଜେଡି ଗୀତ ଗାଇ ସେ ବିବାଦ ଘେରକୁ ଆସିଥିଲେ।