latest

ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ କମଲନାଥ

Spread the News

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଆଜି ରାଜ୍ୟପାଳ ଲାଲାଜି ଲଣ୍ଡନଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ସେ ଭୋପାଲ ସ୍ଥିତ ନିଜ ବାସଭବନରେ ସାମ୍ୱାଦିକ ସମ୍ମିଳନୀ କରି ଇସ୍ତଫା ବାବଦରେ ଘୋଷଣା କରିଥିଲେ। ୧୦ ମିନିଟର ସାମ୍ୱାଦିକ ସମ୍ମିଳନୀରେ ସେ ତାଙ୍କ ସରକାର ଉପଲବ୍ଧି ବାବଦରେ କହିଥିଲେ। କମଲନାଥ ଦାବି କରିଛନ୍ତି ଯେ ଏହି୧୫ ମାସରେ ତାଙ୍କ ସରକାର ୪୦୦ଟି ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି। ସେହିପରି ତାଙ୍କ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନି। ଚାଷୀଙ୍କ ପାଇଁ ସେ ଯାହା କରିଛନ୍ତି ପୂର୍ବ ବିଜେପି ସରକାର ୧୫ ବର୍ଷରେ କରିବାରେ ବିଫଳ ହୋଇଥିଲା ବୋଲି ସେ କହିଥିଲେ।

ବିଜେପି ଷଡ଼ଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଛି। ବିଜେପି ତାଙ୍କ ସହିତ ବିଶ୍ୱାସଘାତ କରି ନାହିଁ ବରଂ ଷଡ଼ଯନ୍ତ୍ର କରି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛି। ୧୫ ବର୍ଷରେ ବିଜେପି ସରକାର ରାଜ୍ୟରେ ଯାହା ନକରିଛି, ତାଙ୍କ ସରକାର ମାତ୍ର ୧୫ ମାସରେ ସେସବୁ କରିବାକୁ ସକ୍ଷମ ହୋଇଛି ବୋଲି କମଲନାଥ କହିଥିଲେ।

 ବିଜେପି କ୍ଷମତାକୁ ଆସିବା ପାଇଁ ଅହରହ ଷଡ଼ଯନ୍ତ୍ର କରୁଥିଲା। କଂଗ୍ରେସର ବିଧାୟକଙ୍କୁ ନେଇ କର୍ଣ୍ଣାଟକର ଏକ ରିସୋଟରେ ବିଜେପି ଅଟକ ରଖିଛି ବୋଲି ସେ କହିଛନ୍ତି।