latest

Date: March 24, 2020

Total 11 Posts

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୯ ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା ୯

କୋରୋନା ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦେଶରେ କୋରୋନା ଭାଇରସ ରିପୋର୍ଟ ୫୧୯ ରେ ପହଞ୍ଚିଛି।

ବିସ୍ଫୋରକ ଭାବେ ମାଡି ଆସୁଛି କୋରୋନା; ଜୀବନ ଶୈଳୀକୁ ପରିବର୍ତନ କଲେ ଭଲ: ସୁବ୍ରତ ବାଗଚୀ

କୋରୋନା ପାଇଁ ଜୀବନଶୈଳୀକୁ ପରିବର୍ତନ କରିବାର ଅଛି । ଆଗକୁ ବିସ୍ଫୋରଣ ଆସିବ । ତେଣୁ ଜୀବନ ଶୈଳୀରେ ପରିବର୍ତନ କଲେ ଭଲ । ତେଣୁ ମାନସିକ ଭାବେ ମଜବୁତ ରହିବେ ଭଲ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ

ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆୟୁଷ୍ମାନ ଭାରତ ଯୋଜନାକୁ ଯଥାଶୀଘ୍ର ଲାଗୁ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ

ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଏଥର ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଦେବାକୁ ପଡିବନି ଅର୍ଥ । ବିନା ଶୁଳ୍କରେ ଯେକୌଣସି ଏଟିଏମ୍ ରୁ ଟଙ୍କା ଉଠାଇବାର

ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ କଲେ ପ୍ରଧାନମନ୍ତ୍ରୀ

କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୧ଦିନ ପାଇଁ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ନିୟମ ଆଜି ରାତି ୧୨ଟାରୁ ଲାଗୁ ହେବ । ଏହାର

୫୦ ବର୍ଷ ବୟସରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଏପ୍ରିଲ ୪ ପର୍ଯ୍ୟନ୍ତ ଛୁଟି

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟ ସରକାର ନିୟମକୁ କେତେକ କୋହଳ କରିଛନ୍ତି। ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ।

କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ “ମୋ ଜୀବନ” କାର୍ଯ୍ୟକ୍ରମ

କୋରୋନା ଭଳି ମହାମାରୀର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଇଛନ୍ତି । ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଏକ ନୂଆ କାର୍ଯ୍ୟକ୍ରମ “ମୋ

ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର

କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ହୋମ୍ କ୍ୱାରେଣ୍ଟାଇନ୍‌’ରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ତାରିଖରୁ କେତେ ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ

ଲକ୍‌ ଡାଉନ ବେଳେ କେମିତି ଆଣିବେ ଅତ୍ୟାବଶ୍ୟକ ସାମଗ୍ରୀ

କରୋନା ଭାଇରସ ପାଇଁ ସାରା ବିଶ୍ୱ ଚିନ୍ତାରେ ପଡ଼ି ଯାଇଛି। ବିଭିନ୍ନ ଦେଶ ଏହି ଭାଇରସର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ସରକାର ପୂରା

30 ଜିଲ୍ଲାକୁ ଲକ୍‌ ଡାଉନ୍‌

କୋରନା ପାଇଁ 30 ଜିଲ୍ଲାକୁ ଲକ୍‌ ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ୍‌ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି।

ଓଲଟିଲା ଟ୍ରାକ୍ଟର: ୪ ମୃତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କାଦୁଅପଦର ଠାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟରଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି