latest

କୋରୋନା ସଠିକ୍ ତଥ୍ୟ ପାଇଁ ଜାରି ହ୍ୱାଟସ୍ ଆପ୍ ନମ୍ବର ଜାରି କଲେ ମୋଦି

Spread the News

ସାରା ଦେଶରେ କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନମଣ୍ଡଳୀ ବାରାଣାସୀବାସୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ପିଏମ କୋରୋନା ସମ୍ବନ୍ଧରେ ସଠିକ ସୂଚନା ପାଇଁ ଏକ ହେଲ୍ପଡେସ୍କ ଗଠନ କରିଛନ୍ତି । କୋରୋନା ସମ୍ବନ୍ଧୀୟ ସଠିକ ସୂଚନା ପାଇଁ ହ୍ୱାଟସ୍ ଆପ୍ ନମ୍ବର ଜାରି କରିଛନ୍ତି ମୋଦି । 

କୋରୋନା ସମ୍ବନ୍ଧରେ ସଠିକ ସୂଚନା ପାଇଁ ଆପ୍ ସହଯୋଗରେ ପିଏମ ମୋଦି ଏକ ହେଲ୍ପଡେସ୍କ ଗଠନ କରିଛନ୍ତି । ସେ କହିଛନ୍ତି, ଯେ କୋରୋନା ସହ ଜଡିତ ସଠିକ ସୂଚନା ପାଇଁ ସରକାର ହ୍ୱାଟସ୍ ଆପ୍ ସହିତ ଏକ ହେଲ୍ପଡେସ୍କ ମଧ୍ୟ ସୃଷ୍ଟି କରିଛନ୍ତି। ସେ ୯୦୧୩୧୫୧୫୧୫ ହ୍ୱାଟସ୍ ଆପ୍ ନମ୍ବର ବିଷୟରେ ସୂଚନା ଦେଇଛନ୍ତି। ଯଦି ଆପଣ ଏହି ହ୍ୱାଟସ୍ ଆପ୍ ନମ୍ବରରେ ଇଂରାଜୀ କିମ୍ବା ହିନ୍ଦୀରେ ‘ନମସ୍ତେ’ ଲେଖିଲେ, ଆପଣଙ୍କୁ ତୁରନ୍ତ ପ୍ରତିକ୍ରିୟା ମିଳିବ ବୋଲି କହିଛନ୍ତି ମୋଦି । କୋରୋନାକୁ କରୁଣା ଦ୍ୱାରା ଜବାବ ଦିଅନ୍ତୁ ବୋଲି କହିଛନ୍ତି ମୋଦି । ଏହାସହ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ୯ ଗରିବ ପରିବାରକୁ ସହାୟତା କଲେ ନବରାତ୍ରୀରେ ମା’ଙ୍କୁ ସବୁଠାରୁ ବଡ ଆରାଧନା ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।