latest

ଓଡ଼ିଶାବାସୀଙ୍କୁ ଓଡ଼ିଆରେ କୋରୋନା ପାଇଁ ସଚେତନର ବାର୍ତା ଦେଲେ ସଲୁ ଭାଇ

Spread the News

କୋରୋନା ପାଇଁ ସଚେତନତାର ବାର୍ତା ସମସ୍ତେ ଦେଉଛନ୍ତି । ତେବେ ବର୍ତମାନ ଏକ ସଚେତନତାର ବାର୍ତା ସାମ୍ନାକୁ ଆସିଛି ଯାହାକୁ ନେଇ ଲାଗିରହିଛି ଚର୍ଚ୍ଚା । କଥାଟା ହେଉଛି ବଲିଉଡର ଦବଙ୍ଗ ଖାନ୍ ଓରଫ୍ ସଲମାନ୍ ଖାନ୍ ଓଡ଼ିଶାବାସୀଙ୍କୁ ଓଡ଼ିଆ କୋରୋନାରୁ କିଭଳି ସଚେତନତା ରକ୍ଷା କରିବ ସେ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ନିଜକୁ ସୁରକ୍ଷିତ ରଖିବାକୁ ସେ ବାର୍ତା ଦେଇଛନ୍ତି ।

ସେପଟେ ସାମାଜିକ ଦୂରତାର ଏପରି ଚିତ୍ର ମଧ୍ୟ ଆସିଛି ଓଡ଼ିଶାରୁ, ଯାହା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଜନତାଙ୍କୁ ବାର୍ତା ଦେବ । ରାସନ ସାମଗ୍ରୀ ପାଇଁ ଆପଣ କୌଣସି ମଲ୍ କିମ୍ବା ଦୋକାନକୁ ଯାଉଛନ୍ତି କି ? ସାମଗ୍ରୀ କିଣିବା ବେଳେ ଜଣେ ବ୍ୟକ୍ତିଠାରୁ ଅନ୍ୟ ଜଣେ ଠିଆ ହୋଇଥିବା ସମୟରେ ପରସ୍ପରଠାରୁ ପ୍ରାୟ ୧ ମିଟର ଦୂରତା ରଖିଛନ୍ତି । ଆଉ ପ୍ରତି ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଦୂରତା ରକ୍ଷା କରିବାକୁ ଗୋଲେଇ ଗୋଲେଇ କରି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଲୋକ ମଧ୍ୟ ଏହାକୁ ପାଳନ କରୁଛନ୍ତି ।