latest

ଚୀନରୁ ଆସୁଛି ଆଉ ଏକ ଭୂତାଣୁ : ହନ୍ତା, ଜଣେ ମୃତ

Spread the News

ଏବେ ସାରା ବିଶ୍ୱରେ କରୋନା ଆତଙ୍କ  ।  ଚୀନରୁ ବ୍ୟାପିଥିବା ଏହି ଭାଇରସ ବିଶ୍ୱରେ ପ୍ରାୟ ୧୭ ହଜାରରୁ ଅଧିକ ଜୀବନ ନେଲାଣି । ଏହାମଧ୍ୟରେ ପୁଣି ଚୀନରୁ ଆଉ ଏକ ନୂଆ ଭାଇରସ ସୃଷ୍ଟି ହୋଇଛି । ହନ୍ତାନାମକ ଏହି ଭାଇରସ ଜୀବନ ନେବା ଆରମ୍ଭ କରି ସାରିଲାଣି ।

ୟୁନାନ୍ ପ୍ରାନ୍ତରେ ଜଣେ ବ୍ୟକ୍ତି ବସ୍ ଯାତ୍ରା କରୁଥିବା ବେଳେ ଏହି ଭାଇରସ କାରଣରୁ ପ୍ରାଣ ହରାଇଛନ୍ତି । ତେବେ ବସରେ ଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କ ଟେଷ୍ଟ୍ କରାଯାଇଛି ।

ଏହି ଭାଇରସ୍ ମୁଷାଙ୍କ ଦ୍ୱାରା ବ୍ୟାପିଥାଏ । ଏହାକୁ ହନ୍ତା ଭାଇରସ ପୁଲମୋନାରୀ ସିଣ୍ଡ୍ରୋମ୍ ବୋଲି କୁହାଯାଏ । ତେବେ ଏହି ଭାଇରସ ସୃଷ୍ଟି କରୁଥିବା ବିଷାକ୍ତ ମୁଷା ଏସିଆ ଓ ୟୁରୋପରେ ଦେଖାଦିଅନ୍ତି । ଏହି ଭାଇରସ ଏବେ ସୁଦ୍ଧା ମଣିଷଠାରୁ ମଣିଷକୁ ବ୍ୟାପି ନାହିଁ । ଚୀନବାସୀ ଏପରି ଜୀବଜନ୍ତୁଙ୍କୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ଭାଇରସ ବ୍ୟାପୁଥିବା ବିଶେଷଜ୍ଞମାନେ କହିଛନ୍ତି ।