latest

କୋରୋନା ନେଲା ଦମ୍ପତିଙ୍କ ଜୀବନ, ମାତ୍ର ପ୍ରେମ ହେଲା ଅମର

Spread the News

କୁହାଯାଏ ମଣିଷ ମରିଯାଏ ସିନା ତା’ର ପ୍ରେମ ସବୁବେଳ ପାଇଁ ଅମର ହୋଇ ରହିଯାଏ । ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି । କୋରୋନା ଭଳି ମହାମାରୀ ବିଶ୍ୱକୁ ଗ୍ରାସିଥିବାବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ପାଲଟି ଯାଇଛି ଚର୍ଚ୍ଚାର ବିଷୟ । ବର୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ସମସ୍ତଙ୍କ ଆଖିରୁ ଖସି ଆସୁଛି ଦୁଇ ଟୋପା ଲୁହ । ଏହି ଫଟୋରେ ଇଟାଲୀର ଏକ ଦମ୍ପତିଙ୍କୁ ଦେଖିବାକୁ ମିଳିଛି ।

କଥାଟା ହେଉଛି, ଇଟାଲୀର ଏହି ଦମ୍ପତି ୧୩୪ କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରିଥିଲେ । ମାତ୍ର ଚିକିତ୍ସା କରି ଅନ୍ୟମାନଙ୍କ ଜୀବନ ପଂଚାଇ ପରିଶେଷରେ ଦୁହେଁ ଦୁନିଆ ଛାଡି ଚାଲିଯାଇଛନ୍ତି । ଯାହା ସମସ୍ତଙ୍କୁ ବେଶ୍ କଷ୍ଟ ଦେଇଛି ।

ମରିବା ପୂର୍ବରୁ ପତି-ପତ୍ନୀ ପରସ୍ପରକୁ ଶେଷଥର ଆଲିଙ୍ଗନ କରିବା ସହ କିସ୍ କରିଥିଲେ। ପ୍ରକାଶ ଥାଉକି ଯେବେ ଦୁଇଜଣଙ୍କ ଟେଷ୍ଟ ପଜେଟିଭ ବାହାରିଲା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରୁମରେ ପତି-ପତ୍ନୀଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଆଉ ଯେତେବେଳେ ଅନୁଭବ କଲେ ଏହି ସଂକ୍ରମଣରୁ ସେ ବଂଚିପାରିବେ ନାହିଁ ଦୁଇଜଣ ସାକ୍ଷାତ କରି ଗୋଟିଏ ରୁମରେ ପରସ୍ପର ସହ କିଛି ମୁହୁର୍ତ ବିତାଇଥିଲେ। କିଛି ସମୟ ପରସ୍ପରକୁ ଅନାଇ ରହିଥିବା ଯୋଡି ଦେଖାହେବାର ମାତ୍ର ଅଧଘଂଟା ମଧ୍ୟରେ ଆଖି ବୁଜିଥିଲେ। ଯାହାକୁ ନେଇ ସାରାଦୁନିଆ ସ୍ତବ୍ଧ ।