latest

କରୋନା ପାଇଁ ସେଲ୍ଫ-ଆଇସୋଲେଶନରେ ଗଲା ମହାରାଷ୍ଟ୍ରର ପଞ୍ଜୁ ଗ୍ରାମ

Spread the News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକଡାଉନ ଘୋଷଣା ପରେ ମହାରାଷ୍ଟ୍ରର ଏକ  ଗାଁ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ଗ୍ରାମ ୨୧ ଦିନ ପାଇଁ ସେଲ୍ଫ-ଆଇସୋଲେଶନରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ସମସ୍ତଙ୍କୁ ସାମାଜିକ ଦୂରତ୍ଵ ଆବଶ୍ୟକ ସେତେବେଳେ କିଛି ଲୋକ ଏହାର ଉଲ୍ଲଙ୍ଘନ କରୁଛନ୍ତି। 

 

୧୪୦୦ ଜନସଂଖ୍ୟା ବିଶିଷ୍ଟ ଏହି ଛୋଟ ଗ୍ରାମ ଥାଣେ ଜିଲ୍ଲାର ୱସୁଲ ତହସିଲରେ ଅବସ୍ଥିତ। ପଞ୍ଜୁ ଗ୍ରାମ ମୁମ୍ବାଇ ନିକଟବର୍ତ୍ତୀ ହୋଇଥିବା ସତ୍ତ୍ଵେ ଏହା ଜନଗହଳି ଠାରୁ ଖୁବ୍ ଦୂରରେ। ଏଠାକାର ଲୋକମାନେ ବିଶେଷ କରି ଚାଷବାସ ଉପରେ ନିର୍ଭର କରନ୍ତି। ଏଠାରେ କୋରୋନା ମୁକାବିଲା ପାଇଁ ଗ୍ରାମର ସରପଞ୍ଚ ନିର୍ଦ୍ଦେଶ ଦେବା ପରେ ଗ୍ରାମ ଭିତରକୁ କେହି ଆସୁ ନାହାଁନ୍ତି।

ଦେଶରେ ସବୁଠାରୁ ଅଧିକ କୋରୋନା ସଂକ୍ରମିତ ମହାରାଷ୍ଟ୍ରରେ ଅଛନ୍ତି। ଏଠାରେ ଆଜି ୫ ଟି ନୂତନ କୋରୋନା ସଂକ୍ରମଣ ମାମଲା ଆସିଛି। ଏହି କ୍ରମରେ ମହାରାଷ୍ଟ୍ରରେ କୋରୋନା ରୋଗୀଙ୍କ ସଂଖ୍ୟା ୧୨୮ରେ ପହଁଚିଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକମାନଙ୍କୁ ଚିନ୍ତିତ ନହେବାକୁ କହିଛନ୍ତି। ତେବେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି। ସମ୍ପୂର୍ଣ୍ଣ ରାଜ୍ୟରେ କର୍ଫ୍ୟୁ ଲାଗିଛି। 

 

Tags: