latest

ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ; ଓଡ଼ିଆଙ୍କୁ ସାହାଯ୍ୟ କର

Spread the News

କୋରୋନା ପାଇଁ ଭାରତ ଲକ୍ ଡାଉନ୍ ହୋଇଥିବାବେଳେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଓଡ଼ିଆମାନେ ଫସିଛନ୍ତି । କେଉଁଠାରେ ଛାତ୍ରଛାତ୍ରୀ, କେଉଁଠାରେ ତୀର୍ଥଯାତ୍ରୀ ଓ ଆଉ କେଉଁଠାରେ ଶ୍ରମିକ । ତେବେ ସେମାନେ ନିଜ ଅଂଚଳକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ ଲୋଡିଛନ୍ତି ।

 

ତେବେ ଏଭଳି ଘଡିସନ୍ଧି ମୁହୁର୍ତରେ ଫଶିରହିଥିବା ଓଡ଼ିଆମାନଙ୍କୁ ସାହାଯ୍ୟ କରିବା ପାଇଁ ଅଂଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନବୀନ ଫସି ରହିଥିବା ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ସମସ୍ତ ଓଡ଼ିଆଙ୍କୁ ସୁରକ୍ଷା, ରହିବା ସୁବିଧା, ଖାଦ୍ୟ ଯୋଗାଇ ଦେବାକୁ କହିଛନ୍ତି । ସେମାନଙ୍କ ବାବଦକୁ ଯାହା ଅର୍ଥ ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଯଦି ଅନ୍ୟ ରାଜ୍ୟର କେହି ଓଡ଼ିଶାରେ ରହିଯାଇଥିବେ, ତେବେ ସେନେଇ ସିଧା ମୋତେ ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।