latest

ବ୍ୟାଙ୍କ ଋଣୀଙ୍କୁ ତିନି ମାସିଆ ଆଶ୍ୱସ୍ତି; ଇଏମଆଇରୁ ମିଳିବ ରକ୍ଷା!

Spread the News
କରୋନା ସଙ୍କଟ ବେଳେ ଲୋକଙ୍କ ପାଖରେ ଛିଡ଼ା ହୋଇଛି ରିଜର୍ଭ ବ୍ୟାଙ୍କ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏକ ପ୍ରେସ୍ ମିଟ୍ କରି ବ୍ୟାଙ୍କ  ଋଣୀଙ୍କ ପାଇଁ ବଡ଼ ରିଲିଫ୍ ଘୋଷଣା କରିଛନ୍ତି ।  ବ୍ୟାଙ୍କ ଋଣ ପୈଠ କରୁଥିବା ଗ୍ରାହକଙ୍କ ଇଏମଆଇ ଡିପୋଜିଟ୍ ଅବଧିକୁ କୋହଳ କରାଯିବ । ସବୁ ପ୍ରକାର ଋଣ ଉପରେ ଗ୍ରାହକଙ୍କଠାରୁ ତିନି ମାସ ଯାଏଁ ଇଏମଆଇ ନ ନେବାକୁ ବ୍ୟାଙ୍କମାନଙ୍କୁ ଅନୁମତି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ । ତେବେ  ବ୍ୟାଙ୍କମାନେ ହିଁ ଏହାର ନିଷ୍ପତ୍ତି ନେବେ । ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ
ଦେଉଥିବା ଋଣ ଉପରେ ସୁଧହାର ବା ରେପୋ  ରେଟ୍ କୁ ହ୍ରାସ୍ କରାଯାଇଛି । ରେପୋ ରେଟ୍ ୭୫  ବେସିସ୍ ପଏଣ୍ଟ ହ୍ରାସ୍ କରି ୪.୪% କରାଯାଇଛି । ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍  ପଏଣ୍ଟ ହ୍ରାସ୍ କରି ୪% କରିଛନ୍ତି ରିଜର୍ଭ ବ୍ୟାଙ୍କ । ପୂର୍ବରୁ ରିଭର୍ସ ରେପୋ ରେଟ୍ ୫.୧୫% ଥିଲା ।  ସବୁ ବ୍ୟାଙ୍କ କ୍ୟାସ୍ ରିଜର୍ଭ ରେସିଓ(ସିଆରଆର)
ବେସିସ୍ ପଏଣ୍ଟ ୩% କୁ ହ୍ରାସ୍ କରାଯାଇଛି । କରୋନା ସଙ୍କଟର ମୁକାବିଲା ପାଇଁ ଆରବିଆଇ  ଗଭର୍ଣ୍ଣର ଶ୍ରୀ ଦାସ ୪ ସୂତ୍ରୀ ପଦକ୍ଷେପ ଘୋଷଣା  କରି ଲୋକଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ବଜାରରେ  ନଗଦ ଟଙ୍କାର ଅଭାବ ରହିବ ନାହିଁ । ବ୍ୟାଙ୍କ  କ୍ରେଡିଟ୍ ଅଟକିବ ନାହିଁ । ବ୍ୟାଙ୍କ ଦେୟ ପୈଠକୁ  କୋହଳ କରାଯିବ । ଅର୍ଥନୈତିକ ବଜାର ସଙ୍କଟକୁ  ଯଥାସମ୍ଭବ କମ୍ କରାଯିବ । ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଉଥିବା ଗଭର୍ଣ୍ଣର କହିଛନ୍ତି ।
Tags: