ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଅଭିଜ୍ଞ ଡାକ୍ତରଙ୍କୁ ଦିଅ ନିଯୁକ୍ତି

Spread the News

ମହାମାରୀ କୋରୋନା ସହିତ ଦୃଢ଼ ଭାବେ ମୁକାବିଲା ନିମନ୍ତେ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଓଡିଶା ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଖଣ୍ଡପୀଠ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଅଭିଜ୍ଞ ଡାକ୍ତର ନିୟୋଜିତ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ । କୋରନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଈଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ଡିଏମଇଟି ଙ୍କୁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ନିହାତି ଆବଶ୍ୟକ ନଥିଲେ ଡାକ୍ତରଙ୍କୁ ଛୁଟି ନଦେବାକୁ ନିର୍ଦ୍ଧେଶ ଦେଇଛନ୍ତି କୋର୍ଟ ।

ସେହିପରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ବାଟରେ ନ ଅଟକାଇବାକୁ ପୋଲିସ ବିଭାଗକୁ ନିର୍ଦ୍ଧେଶ ଦେଲେ ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଖଣ୍ଡପୀଠ ଏହି ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।