latest

ବିସିଜି’ ଟିକାକରଣ ହୋଇଥିବା ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁହାର କମ୍ !

Spread the News

ଯେଉଁ ଦେଶମାନଙ୍କରେ ବ୍ୟାପକ ଭାବେ “ବିସିଜି’ ଟିକାକରଣ ହୋଇଛି  କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ମାନଙ୍କ ଠାରୁ ପ୍ରାୟ ୬ଗୁଣ କମ୍ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

୧୦୦ ବର୍ଷ ତଳେ ଉଦ୍ଭାବିତ “ବିସିଜି’ ଟିକା “ଟିବି’ ରୋଗର ପ୍ରତିଷେଧକ ଭାବେ ବ୍ୟବହାର ହୋଇଥାଏ । କିନ୍ତୁ, ଏହାର ଅନ୍ୟାନ୍ୟ ସୁଫଳ ମଧ୍ୟ ରହିଛି । ଅନ୍ୟ କେଉଁ ସବୁ ସଂକ୍ରମଣରୁ ଏହା ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେଇଥାଏ, ତାହା ସ୍ପଷ୍ଟ ଭାବେ ଜଣାନାହିଁ । ମାତ୍ର, ଏ ଟିକା ନେଇଥିବା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଉନ୍ନତ ହୋଇଥାଏ ଏବଂ ସେମାନେ ରୋଗ ସଂକ୍ରମଣରୁ ସୁରକ୍ଷିତ ରହିଥାଆନ୍ତି ।

ମନେକରନ୍ତୁ, ପିଲାଦିନେ ନେଇଥିବା ବିସିଜି ଟିକା ୬୦ ବର୍ଷ ବୟସଯାଏଁ “ଟିବି’ରୁ ସୁରକ୍ଷା ଦେଇଥାଏ । “ଟିବି’ ଛଡ଼ା ଅନ୍ୟାନ୍ୟ ଶ୍ୱାସପ୍ରଶ୍ୱାସ ରୋଗ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରୁଥିବା ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମୋଦନ କରିଛି ।