latest

ଝିଅ ପରେ ପ୍ରଯୋଜକ କରିମ କରୋନା ପଜିଟିଭ

Spread the News

ବଲିଉଡରେ କରୋନାର କଳାବାଦଲ । ସିଙ୍ଗର କନିକା କପୁର, ଆକ୍ଟର ପୂରବ କୋହଲିଙ୍କ ପରେ ପ୍ରସିଦ୍ଧ ପ୍ରଯୋଜକ କରିମ ମୋରାନୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ତାଙ୍କର ୨ ଝିଅ ଏଥିରେ ଆକ୍ରାନ୍ତ ହୋଇଥିଲେ ।

ଏପ୍ରିଲ ୬ରେ ତାଙ୍କର ୨ ଝିଅଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ବୁଧବାର ତାଙ୍କ ଭାଇ ଏହି ଖବର ଦେଇଛନ୍ତି । କରିମଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ନୀନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପତ୍ନୀ ଓ ବାସଭବନର ଅନ୍ୟ ଷ୍ଟାଫଙ୍କ ନମୁନା ପରୀକ୍ଷା ହୋଇଛି । ସେମାନଙ୍କ ରିପୋର୍ଟ ନେଗେଟିଭି ଥିବା ଜଣାପଡିଛି ।

କରିମ ଶାହାରୁଖଙ୍କ ଅନେକ ଫିଲ୍ମ ପ୍ରଯୋଜନା କରିଛନ୍ତି । ଦିଲୱାଲେ, ଚେନ୍ନାଇ ଏକ୍ସପ୍ରେସ, ହାପି ନ୍ୟୁ ଇୟର, ରାୱାନ ଭଳି ଫିଲ୍ମର ପ୍ରଯୋଜନା କରିଛନ୍ତି କରିମ । ତାଙ୍କର ୨ ଝିଅଙ୍କ ଭିତରୁ ଜଣେ ରାଜସ୍ଥାନ ଓ ଅନ୍ୟ ଜଣେ ଶ୍ରୀଲଙ୍କାରୁ ଫେରିଛନ୍ତି । ଉଭୟ ଧିରେ ଧିରେ ସୁସ୍ଥ ହେଉଥିବା ସୂଚନା ଦେଇଛନ୍ତି କରିମଙ୍କ ଭାଇ ।