latest

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୪, ୪୦୧ ସୁସ୍ଥ ଓ ୧୪୯ ମୃତ

Spread the News

ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୫୧୯୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୪ ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୯ ଜଣ, ଗୁଜରାଟରେ ୧୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୪ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୧୩ ଜଣ, ମହାରାଷ୍ଟ୍ରରେ ୬୪ ଜଣ, ଓଡ଼ିଶାରେ ୧ଜଣ, ପଞ୍ଜାବରେ ୭ ଜଣ, ରାଜସ୍ଥାନରେ ୩ ଜଣ, ତାମିଲନାଡୁରେ ୭ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୩ ଜଣ ଏବଂ ପଶ୍ଚମବଙ୍ଗରେ ୫ ଜଣ ।

Tags: