latest

ମାଗଣାରେ କରାଯାଉ କରୋନା ପରୀକ୍ଷା : କେନ୍ଦ୍ର ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ

Spread the News

ମାଗଣାରେ କରୋନା ଭାଇରସର ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ କିଭଳି ଅଧିକରୁ ଅଧିକ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବର୍ତ୍ତମାନ ସୁଦ୍ଧା ଦେଶର ୧ଲକ୍ଷରୁ ଉର୍ଦ୍ଧ୍ୱର୍ ଲୋକଙ୍କ କରୋନା ଭୂତାଣୁର ପରୀକ୍ଷା କରାଯାଇ ସାରିଛି । ହେଲେ ଏହା ୧୩୦ କୋଟି ଲୋକ ସଂଖ୍ୟା ତୁଳନାରେ ବହୁତ କମ୍ । ତେଣୁ କିପରି ଅଧିକ ପରୀକ୍ଷା କରାଯିବ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି କୋର୍ଟ । ବର୍ତ୍ତମାନ ଦେଶର ୧୩୬ ସରକାରୀ ଓ ୫୬ଟି ଘରୋଇ ହସ୍ପିଟାଲରେ କରୋନା ଭୂତାଣୁର ପରୀକ୍ଷା କରାଯାଉଛି । ଦେଶରେ ବର୍ତ୍ତମାନ ପ୍ରତ୍ୟକ ଦିନ ୧୮ ହଜାର କରୋନା ଭୂତାଣୁର ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି ।

Tags: