latest

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ବନ୍ଦ କରିବାକୁ ଧମକ ଦେଲେ ଟ୍ରମ୍ପ୍

Spread the News

କରୋନାଭାଇରସ୍ ମହାମାରୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷପାତ କରି ଚୀନକୁ ସମର୍ଥନ କରୁଛି । ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଯୋଗାଉଥିବା ପାଣ୍ଠି ବା ଆର୍ଥିକ ସହାୟତା ବନ୍ଦ କରିବ ବୋଲି ମଙ୍ଗଳବାର  ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଧମକ ଦେଇଛନ୍ତି ।

ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଣ୍ଠି ଯୋଗାଣ ଉପରେ ସେ କଡ଼ା ରହିତାଦେଶ ଲାଗୁ କରିବେ । ଏହାଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକଣା ଭାବେ କରୋନାଭାଇରସ୍ କୋଭିଡ୍-୧୯ ସଂକଟକୁ ପରିଚାଳନା କରି ପାରିନାହିଁ  । ଜାତିସଂଘର ଏହି ଅନୁଷ୍ଠାନ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ହିଁ ସବୁଠୁ ଅଧିକ ଆର୍ଥିକ ସହାୟତା ପାଇଥାଏ । କେତେ ପରିମାଣର ଅର୍ଥ ଯୋଗାଣ ଉପରେ ରହିତାଦେଶ ଜାରି ହେବ, ତାହା ଟ୍ରମ୍ପ୍ କହିନାହାନ୍ତି ।  ଏ କଥା କହିବାର ମୁହୂର୍ତ୍ତକ ପରେ ସେ ପୁଣି କହିଲେ ଯେ ମୁଁ ସଂଗେ ସଂଗେ ଏମିତି କରିବି ବୋଲି କହୁନାହିଁ । ଆମେ ଆର୍ଥିକ ସହାୟତା ଯୋଗାଣ ବନ୍ଦ କରିବା କଥା ବିଚାର କରିବୁ ।