latest

କରୋନାକୁ ନେଇ ଏପ୍ରିଲ ୧୧ରେ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ସୋନିଆ

Spread the News

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ ରାଜ୍ୟର ପିସିସି ସଭାପତିଙ୍କ ସହ କରିବେ ଆଲୋଚନା । ଆସନ୍ତା ଏପ୍ରିଲ ୧୧ ରେ ଭିସି ଜରିଆରେ ମହାମାରୀ କୋରୋନା ସମ୍ବନ୍ଧୀୟ ରିଲିଫ କାର୍ଯ୍ୟ ଉପରେ ଆଲୋଚନା କରିବା ନେଇ ଜଣାପଡିଛି ।

ତେବେ ଏଠାରେ ସୂଚନା ଥାଉ ଯେ, ପୂର୍ବରୁ କୋଭିଡ -୧୯ ସମ୍ବନ୍ଧିତ ମସ୍ତ ମାମଲାର ସମନ୍ବୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦଳ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସମିତି ଏହି ଭାଇରସରୁ ସତର୍କତା ପାଇବା ଲାଗି ଏପରି ନିୟନ୍ତ୍ରଣ କକ୍ଷ ରଖାଯାଇଛି । ଯାହାକି ଦୈନିକ ଅପଡେଟ କରିବା ସହ ସମସ୍ତ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା, ଦଳ ଏବଂ ରାଜ୍ୟ ଏଜେନ୍ସି ଦ୍ୱାରା କାର୍ଯ୍ୟ ସମ୍ପର୍କରେ ଅପଡେଟ କରାଇବେ ।