latest

ଏପ୍ରିଲ ୧୩ ପର୍ଯ୍ୟନ୍ତ ୟୁପିର ୧୫ ଜିଲ୍ଲା ସିଲ

Spread the News

କରୋନାକୁ ବିସ୍ତାରକୁ ରୋକିବା ପାଇଁ ଉତର ପ୍ରଦେଶ ସରକାର ଏପ୍ରିଲ ୧୩ ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଆଜି ରାତି ୧୨ଟାରୁ କାର୍ଯ୍ୟକାରୀ ହେବ ଏବଂ ଏପ୍ରିଲ ୧୩ପର୍ଯ୍ୟନ୍ତ ଜାରି ରହିବ । ସମସ୍ତ ଜରୁରୀ ସେବା ଘରେ ପହଂଚିବ ଏବଂ କାହାକୁ ବାହାରକୁ ଯିବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ସୂତ୍ରରୁ ପ୍ରକାଶ। କର୍ଫ୍ୟୁ ପାସ୍ ମଧ୍ୟ ସମୀକ୍ଷା କରାଯିବ ବୋଲି ଉତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି।

ଏହି ୧୫ଟି ଜିଲ୍ଲା ହେଉଛି ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ, ଗୌତମ ବୁଦ୍ଧ ନଗର (ନୋଏଡା), କାନପୁର, ବାରାଣାସୀ, ଶାମଲି, ମେରଟ, ବରେଲି, ବୁଲନ୍ଦଶହର, ଫିରୋଜାବାଦ, ମହାରାଜଗଞ୍ଜ, ସୀତାପୁର, ସାହାରନପୁର ଏବଂ ବସ୍ତି । ଉତରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାର ଆସନ୍ତା ଏପ୍ରିଲ ୧୩ରେ ଏହି ନିଷ୍ପତିର ସମୀକ୍ଷା କରିବେ।

ବୁଧବାର ଦିନ ଉତରପ୍ରଦେଶର ୩୭ଟି ଜିଲ୍ଲାରୁ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬କୁ ବୃଦ୍ଧି ପାଇଛି।