latest

ଦୁଇଟି ସ୍ତ୍ରୀ ରଖିବା ଲୋକଙ୍କୁ ପୁରସ୍କାର ପ୍ରଦାନ କରିବେ ସଂଯୁକ୍ତ ଆରବ ଏମିରେଟ୍‌ ସରକାର !

Spread the News

ସଂଯୁକ୍ତ ଆରବ ଏମିରେଟ୍‌ ସରକାର ଏକ ଅଜବ ନିୟମ ତାଙ୍କ ଦେଶରେ ଆରମ୍ଭ କରିଛନ୍ତି, ଯାହା ସର୍ବତ୍ର କୌତୁକର ବିଷୟ ପାଲଟିଛି । ଏହି ନିୟମ ଅନୁସାରେ, ଦୁଇଟି ସ୍ତ୍ରୀ ରଖିଲେ ସରକାର ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରୁଛନ୍ତି ଯେମିତିକି ସରକାର ଘର ଓ ଭତ୍ତା ଦେବା ଭଳି ଇତ୍ୟାଦି ଲୋଭନୀୟ ପୁରସ୍କାର ଘୋଷଣା କରିଛନ୍ତି । ରିପୋର୍ଟ ଅନୁସାରେ, ଏହି ଦେଶରେ ଅବିବାହିତ ଝିଅଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଦେଶରେ ସାମାଜିକ ଭାରସାମ୍ୟ ବିଗିଡ଼ି ଯାଉଥିବାର ଲକ୍ଷ୍ୟ କରି ଏଥିରୁ ମୁକୁଳିବା ପାଇଁ ସରକାର ଏମିତିକା ନିଷ୍ପତ୍ତି ନେଇଥିବାର ଜଣାପଡ଼ିଛି । ଯେଉଁ ପୁଅ ଦ୍ଵିତୀୟ ବିବାହ କରିବେ ସରକାର ତାଙ୍କୁ ଦ୍ଵିତୀୟ ସ୍ତ୍ରୀକୁ ରଖିବା ପାଇଁ ଘର ଓ ଭତ୍ତା ବି ଦେବେ । ସଂଯୁକ୍ତ ଆରବ ଏମିରେଟ୍‌(UAE)ର ବୁନିୟାଦୀ ଢାଞ୍ଚା ବିକାଶ ମନ୍ତ୍ରୀ ଡଃ ଅବଦୁଲ୍ଲା ବେଲହୈଫ ଅଲ ନୁଇମୀର ଫେଡେରାଲ ନେସନାଲ କୈାସିଲିଂ (FNC)ର ସର୍ତ୍ତ ଅନୁସାରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି କି, ମନ୍ତ୍ରାଳୟ ଏହି ନିୟମ ନେଇଛି ଦୁଇଟି ସ୍ତ୍ରୀ ରଖିବା ସବୁ ଲୋକଙ୍କୁ ଶେଖ୍ ଯାଦବ ହାଉସିଂ କାର୍ଯ୍ୟକର୍ମ ତରଫରୁ ଘର ଓ ଭତ୍ତା ମିଳିବ । ବାସ୍ତବରେ ଏ ଘର ଓ ଭତ୍ତା ଦ୍ଵିତୀୟ ସ୍ତ୍ରୀ ପାଇଁ ହେବ ଓ ଏହା ଏକପତ୍ନୀ ଲୋକଙ୍କ ପାଇଁ ମିଳୁଥିବା ଘର ଓ ଭତ୍ତାଠୁ ଅତିରିକ୍ତ ହେବ । ମନ୍ତ୍ରୀ କହିଛନ୍ତି କି, ଦ୍ଵିତୀୟ ସ୍ତ୍ରୀଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା ମଧ୍ୟ ସେହିପରି ମିଳିବା ଉଚିତ୍, ଯେଉଁପରି ପ୍ରଥମ ସ୍ତ୍ରୀଙ୍କ ପାଇଁ ରହିଛି । ମନ୍ତ୍ରୀଙ୍କ ବିଚାରରେ ଘରଭଡା ଦେଲେ ଲୋକ ଦ୍ଵିତୀୟ ବିବାହ ପାଇଁ ପ୍ରୋତ୍ସାହିତ ହେବେ ଏବଂ UAE ରେ ଅବିବାହିତ ମହିଳାଙ୍କ ସଂଖ୍ୟା ହ୍ରାସ ପାଇବ । ତେବେ ଅବିବାହିତ ଯୁବତୀମାନଙ୍କ ପାଇଁ ସରକାର ନେଇଥିବା ଏହି ପଦକ୍ଷପକୁ ସଂଯୁକ୍ତ ଆରବ ଏମିରେଟ୍‌ର ସବୁଆଡ଼େ ପ୍ରଶଂସା କରାଯାଉଛି ।