latest

ଘରକୁ ଆସି ନ ପାରି ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

Spread the News

କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି ।  ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ତେବେ ଏହାରି ମଧ୍ୟରେ ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ବାଜପୁର ଗାଁରେ ବୋଲି ଜଣାପଡିଛି । ମୃତ ଯୁକଙ୍କ ନାଁ ଗଙ୍ଗାଧର ବିଶ୍ୱାଳ ।

ଗଙ୍ଗାଧର, ହରିୟାଣା ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିଲେ । ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଜାରି ହେବା‌ ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଯାହା ଫଳରେ ହରିୟାଣାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗଙ୍ଗାଧର ।  ଏହାପରେ ଘରକୁ ଫେରିବାକୁ ସେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ। ଉପାୟଶୂନ୍ୟ ହୋଇ ଗଙ୍ଗାଧର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ। ଏହି ଭିଡିଓରେ କମ୍ପାନୀ ମାଲିକ ଓ ରାଜ୍ୟ ସରକାର ସାହାଯ୍ୟ କରୁ ନ ଥିବା ସେ ଅଭିଯୋଗ କରିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓରେ ଗଙ୍ଗାଧର ରାଜ୍ୟକୁ ଫେରାଇ ନେବାପାଇଁ ସାହାର୍ଯ୍ୟ କରିବାକୁ ଆକୁଳ ନିବେଦନ କରିଥିଲେ । ଯଦି କିଛି ସାହାଯ୍ୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ କହିଥିଲେ ।

ତେବେ ଗତକାଲି ଗଙ୍ଗାଧର ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 

Tags: