latest

ଧାରଣାରେ ବସିବାରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

Spread the News

ଦେଶରେ ଲକ୍‌ ଡାଉନ୍‌ ଜାରି ରହିଥିବାରୁ ଯେକୌଣସି ପ୍ରକାର ଧାରଣାରୁ ବିରତ ରହିବା ପାଇଁ ସରକାରଙ୍କ ତରଫରୁ ଆଡ଼ଭାଇଜରି ଜାରି କରାଯାଇଛି । ମାତ୍ର, ଏହି ନିୟମର ଉଲ୍ଲଂଘନ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରେ ସକୁଶଳ ପହଞ୍ଚାଇବା ନିମନ୍ତେ ସେନା ମୁତୟନ କରିବାକୁ ଦାବି କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ୍ର ସିହ୍ନା ରାଜଘାଟରେ ଧାରଣାରେ ବସିଥିଲେ । ତେବେ ଧାରଣାରେ ବସିଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ଏ ସଂପର୍କୀୟ ସୂଚନା ଶ୍ରୀ ସିହ୍ନା ନିଜେ ସୋସିଆଲ ମିଡିଆରେ ପ୍ରଦାନ କରିଛନ୍ତି । ସେ ସୋସିଆଲ୍‌ ମିଡିଆ ଜରିଆରେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନେକ ପ୍ରବାସୀ ଶ୍ରମିକ ଲକ୍‌ ଡାଉନ୍‌ରେ ସବୁକିଛି ବନ୍ଦ ଥିବାରୁ ଅନ୍ୟ ଉପାୟ ନପାଇ ଘରକୁ ଚାଲି ଚାଲି ଫେରିବାକୁ ବାଧ୍ୟ ‌ହେଉଛନ୍ତି ଏବଂ ଏଥିପାଇଁ ଅନେକଙ୍କର ରାସ୍ତାରେ ମୃତ୍ୟୁ ହେଉଥିବାରୁ ସୂଚନା ମିଳୁଛି । ତେଣୁ ସରକାର ନିଜର ବିବେକ ଅନୁସାରେ ଏହି ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ସକୁଶଳ ପହଞ୍ଚାଇବା ପାଇଁ ସେନା ମୁତୟନ ଯଥାଶୀଘ୍ର କରିବାର ଆବଶ୍ୟକତା ରହିଛି । ତେବେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ସେ ସ୍ୱର ଉତ୍ତୋଳନ କରିଥିବାରୁ କେନ୍ଦ୍ର ସରକାର ଅକ୍ରୋଶମୂଳକ ମନୋବୃତ୍ତି ରଖି ତାଙ୍କୁ ଗିରଫ କରିଛନ୍ତି ଶ୍ରୀ ସିହ୍ନା ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା କେନ୍ଦ୍ର ସରକାରଙ୍କର ଜଣେ କଡ଼ା ସମାଲୋଚକ ଭାବରେ ଜଣାଶୁଣା ।