latest

ମହାରାଷ୍ଟ୍ରରେ କରୋନା ନେଲା ଆଉ ଜଣେ ପୁଲିସଙ୍କ ଜୀବନ

Spread the News

ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ରୂପ ନେବାରେ ଲାଗିଛି । ରାଜ୍ୟରେ ଏହି ମାରାତ୍ମକ ଭାଇରସ୍‌ରେ ସଂକ୍ରମିତ ଓ ତତ୍‌ ଜନିତ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ହେଉଅଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ଯୋଦ୍ଧାର ଭୂମିକା ତୁଲାଇ ତଥା ନିଜ ଜୀବନକୁ ବାଜି ଲଗାଇ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଛି ପୁଲିସ । ସୃଷ୍ଟି ହୋଇଥିବା ଅଘୋଷିତ କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ସମ୍ପାଦନପୂର୍ବକ ଆଉ ଜଣେ ପୁଲିସ ଆଜି ଏହି ଭୟଙ୍କର ଭାଇରସ୍‌ରେ ପ୍ରାଣ ହରାଇଛନ୍ତି । ଏହି ପୁଲିସ ଜଣଙ୍କ ପୁନେ ପୁଲିସ ଟ୍ରାଫିକ୍‌ ଶାଖାରେ ହେଡ୍‌ କନଷ୍ଟେବଳ ପଦବୀରେ କାର୍ଯ୍ୟରତ ଥିଲେ । ସେ ମେ’୧୦ ତାରିଖରୁ କରୋନା ସଂକ୍ରମଣ ପାଇଁ ପୁନେସ୍ଥିତ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଗତ ରାତିରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ସମୁଦାୟ ୧୩ଜଣ ପୁଲିସ ମହାରାଷ୍ଟ୍ରରେ ମୃତ୍ୟୁବରଣ କରିସାରିଲେଣି । ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ଏଯାବତ୍‌ ୧୩୮୯ଜଣ ପୁଲିସ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୮ଜଣ ପୁଲିସ ଆରୋଗ୍ୟ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇସାରିଛନ୍ତି ଏବଂ ୯୪୮ଜଣ ସକ୍ରିୟ ସଂକ୍ରମିତଙ୍କ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି ।