latest

ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ଖାଇଲେ ପ୍ରବାସୀ ଶ୍ରମିକ, ଭାଇରାଲ ହେଉଛି ଭିଡିଓ

Spread the News

0ଲକ୍‌ଡାଉନ ଯୋଗୁ ସାରା ବିଶ୍ୱରେ ଗରିବ, ଦିନ ମଜୁରିଆ ଭୋକ ଉପାସରେ ଛଟପଟ ହେଉଛନ୍ତି। କିଏ ଡଷ୍ଟବିନ୍‌ରେ  ପଡିଥିବା  ବଳକା ଖାଦ୍ୟ  କରି ଖାଉଛି ତ କି ରାସ୍ତାରୁ ଅଇଁଠା ଗୋଟାଇ ଖାଉଛି। ହେଲେ  ରାଜସ୍ଥାନରେ ଲକଡାଉନ ବେଳର କିଛି ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇବୁ ଯାହା ଆପଣ କେବେ ବିଶ୍ୱାସ କରିପାରିବବନି ଏହା ଭାରତ ର ବୋଲି। 

https://twitter.com/anany_b/status/1263179845300744197?s=19

ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ପଡ଼ିଥିବା ମଲା କୁକୁରକୁ ବସି ଖାଉଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ଜନମାନସକୁ ବେଶ୍‌ ଆଘାତ ଦେଇଛି।

ସୂଚନା ଅନୁସାରେ, ରାଜସ୍ଥାନର ଜୟପୁର ସହର ଦେଇ ଯାଇଥିବା ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଜଣେ ପ୍ରବାସୀ ଶ୍ରମିକ ରାସ୍ତାରେ ବସି ତଳେ ପଡ଼ିଥିବା ଏକ ମଲା କୁକୁରକୁ ଖାଉଥିଲେ। ଏହା ଦେଖି ସେହିବାଟେ ଯାଉଥିବା ଜଣେ କାର୍‌ ଚାଳକ ତାଙ୍କୁ ବାରଣ କରିଥିଲେ। କିନ୍ତୁ ଅସହାୟ ପ୍ରବାସୀ ଜଣକ ୧୦ ଦିନ ହେଲା କିଛି ଖାଇ ନ ଥିବାରୁ ବାଧ୍ୟ ହୋଇ ତା’କୁ ଖାଉଥିବା କହିଥିଲେ। 

Tags: