latest

ବେଙ୍ଗଲ ଟାଇଗର୍‌ ତଥା BCCI ମୁଖ୍ୟ ଗାଙ୍ଗୁଲିଙ୍କୁ ICC ଅଧ୍ୟକ୍ଷ ଭାବରେ ଦେଖିବାକୁ ଚାହାଁନ୍ତି ଗ୍ରେମ୍‌ ସ୍ମିଥ୍‌

Spread the News

ବର୍ତ୍ତମାନ ଭାରତର ଶଶାଙ୍କ ମନୋହର ICCର ଅଧ୍ୟକ୍ଷ ପଦବୀରେ ଅଳଙ୍କୃତ ରହିଛନ୍ତି । ତାଙ୍କର କାର୍ଯ୍ୟକାଳ ଚଳିତ ମାସରେ ପୂରିଯାଉଛି । ସେ ପୂର୍ବରୁ ସୂଚନା ମଧ୍ୟ ଦେଇସାରିଛନ୍ତି ଯେ, ICC ଅଧ୍ୟକ୍ଷ ପଦବୀ ପାଇଁ ସେ ପୁନଃ ନିର୍ବାଚନକୁ ଓହ୍ଲାଇବେ ନାହିଁ । ଏସବୁକୁ ଲକ୍ଷ୍ୟ କରି ବର୍ତ୍ତମାନ ଏହି ସମ୍ମାନଜନକ ପଦବୀ କାହାକୁ ମିଳିବ ସେ ନେଇ ଆଶା ଆକାଂକ୍ଷା ଲାଗି ରହିଥିବା ବେଳେ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଗ୍ରେମ୍‌ ସ୍ମିଥ୍‌ଙ୍କ ମନ୍ତବ୍ୟ ସବୁଆଡ଼େ ଆଲୋଚନାର ବିଷୟ ପାଲଟିଛି । ସ୍ମିଥ୍‌ଙ୍କ ମତରେ ବର୍ତ୍ତମାନର କରୋନା ସଂକ୍ରମଣ ଜନିତ ସଙ୍କଟ ସମୟରେ ICC ର ନେତୃତ୍ୱ ଜଣେ ଠିକଣା ବ୍ୟକ୍ତିଙ୍କ ହାତରେ ରହିବା ଦରକାର ଏବଂ ଏଥିପାଇଁ ଭାରତର ସୌରଭ ଗାଙ୍ଗୁଲି ହେଉଛନ୍ତି ସବୁଠାରୁ ଯୋଗ୍ୟ ବ୍ୟକ୍ତି । ଗାଙ୍ଗୁଲିଙ୍କର ନେତୃତ୍ୱ ନେବାର ଦକ୍ଷତାକୁ ସାରା ବିଶ୍ୱବାସୀ ଜାଣନ୍ତି । ଏଣୁ, ମୁଁ ବ୍ୟକ୍ତିଗତ ଭାବରେ ଆଇସିସି ର ଅଧ୍ୟକ୍ଷ ପଦରେ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ଚାହେଁ ବୋଲି ଦୋହରାଇଛନ୍ତି ଦକ୍ଷିଣ ଆଫ୍ରିକାର ଏହି ଷ୍ଟାଇଲିସ୍‌ ବାମହାତୀ ବ୍ୟାଟ୍ସମ୍ୟାନ୍‌ । ଏଠାରେ ଜାଣିବା ବିଧେୟ ଯେ, ଉଭୟ ସ୍ମିଥ୍‌ ଓ ଗାଙ୍ଗୁଲି ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଓ ଭାରତ କ୍ରିକେଟ୍‌ ବୋର୍ଡର ମୁଖ୍ୟ ରହିଛନ୍ତି ।

Tags: , , , ,