latest

ଆଇସିସି ଟି-୨୦ ବିଶ୍ବକପ୍‌ ସ୍ଥଗିତ ଆଶଙ୍କା, ବିଶ୍ବକପ୍‌ ପାଇଁ ଆଇପିଏଲ୍‌କୁ ସ୍ଥଗିତ ରଖିବାକୁ ଚାହିଁବନି ବିସିସିଆଇ

Spread the News

ଅଷ୍ଟ୍ରେଲିଆରେ ଏ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। ଏହା ଏକ ପ୍ରକାର ସ୍ଥଗନ ସ୍ଥିତିକୁ ଚାଲି ଆସିଲାଣି ଏବଂ ଆସନ୍ତା ସପ୍ତାହ ବେଳକୁ ଆନୁଷ୍ଠାନିକ ଘୋଷଣା କରାଯିବାର ସୂଚନା ମିଳିଛି। ଆଇସିସି ଓ ଆୟୋଜକ ଦେଶର ବୋର୍ଡ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ମଧ୍ୟରେ ଆଲୋଚନା ହେବା ପରେ ପରବର୍ତୀ ତାରିଖ ଧାର୍ଯ୍ୟ ନେଇ ଘୋଷଣା କରାଯିବ ବୋଲି କୁହାଯାଉଛି। ଏବେ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ଜୋର ନେଇଛି। ପ୍ରଥମତଃ ଏହାକୁ ୨୦୨୧ ମସିହାର ଫେବ୍ରୁଆରି-ମାର୍ଚକୁ ଘୁଞ୍ଚାଇବାରେ କ୍ରିକେଟ୍ ଅଷ୍ଟ୍ରେଲିଆର କିଛି ଅସୁବିଧା ନାହିଁ। କିନ୍ତୁ ଏହା ଦ୍ବାରା ଆଇପିଏଲ୍‌ର ପରବର୍ତୀ ସଂସ୍କରଣ ଏବଂ ଇଂଲଣ୍ଡର ଭାରତ ଗସ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରସାରଣକାରୀ ସଂସ୍ଥା ଷ୍ଟାର୍ ଇଣ୍ଡିଆ ଏବେ ଆଇସିସି ସହିତ ବିସିସିଆଇ ଅଧିକାର ରଖିଥିବାରୁ ଫେବ୍ରୁଆରି-ମାର୍ଚ ପ୍ରସ୍ତାବକୁ ଗ୍ରହଣ କରିନପାରେ। ଦ୍ବିତୀୟ କଥାଟି ହେଉଛି ଅଷ୍ଟ୍ରେଲିଆକୁ ୨୦୨୧ରେ ବିଶ୍ବକପ୍‌ ଲାଗି ମିଳୁଥିବା ପ୍ରସ୍ତାବକୁ ଭାରତ ହଁ କରିବ କି ନାହିଁ। ନ‌ ହେଲେ ଏହାକୁ ୨୦୨୨ରେ କରାଇବା ଲାଗି କହାଯାଇପାରେ। ୨୦୨୨ରେ ଏହା ଆୟୋଜନ ଖେଳାଳିଙ୍କୁ ସୁହାଉଥିଲେ ମଧ୍ୟ ଅନ୍ୟ ଆଇସିସି ଓ ଦ୍ବିପାକ୍ଷିକ ଶୃଙ୍ଖଳାକୁ ନଜରରେ ରଖିବାକୁ ହେବ। ଏସବୁ ପ୍ରସଙ୍ଗ ଓ ପ୍ରସ୍ତାବକୁ ନେଇ ମେ’ ୨୬ରୁ ୨୮ ତାରିଖ ମଧ୍ୟରେ ଆଇସିସି ଏକ ଟେଲିକନ୍‌ଫରେନ୍‌ସିଂ ଜରିଆରେ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଛି।

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ବ୍ୟତୀ
ତ ଅନ୍ୟ ଏକ ଆଲୋଚ୍ୟ ହେଉଛି ଆଇସିସିର ନୂଆ ଅଧ୍ୟକ୍ଷଙ୍କ ଲାଗି ନିର୍ବାଚନ ଏବଂ ତାଙ୍କ ଭୂମିକା ନିର୍ଧାରଣ। ନିର୍ବାଚନ ତାରିଖ ଧାର୍ଯ୍ୟ ଏବଂ ଏହାର ପ୍ରକ୍ରିୟା ଲାଗୁ କରିବାର ଦାୟିତ୍ବ ମଧ୍ୟ ରହିଛି। ସବୁଠାରୁ ବଡ଼ କଥା ହେଲା ଅଷ୍ଟ୍ରେଲିଆର ଅନ୍ତର୍ଜାତୀୟ ସୀମାରେଖା ସେପ୍ଟେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ବନ୍ଦ। ଯାହାକି ଆଇସିସି ବିଶ୍ବକପ୍‌କୁ ସ୍ଥଗିତ ରଖିବାକୁ ବାଧ୍ୟ କରିବ। ବିଶ୍ବକପ୍‌ ସ୍ଥଗିତ ରହିଲେ ଭାରତ ଆଇପିଏଲ୍‌ ପାଇଁ ମଧ୍ୟ ଗବାକ୍ଷ ପାଇଯିବ ବୋଲି ବିଶ୍ବାସ ରହିଛି। ଏପରିକି ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ବା ୱେଷ୍ଟଇଣ୍ଡିଜ୍‌ରୁ ଖେଳାଳିଙ୍କୁ ଆଣି ଆଇପିଏଲ୍‌ ଆୟୋଜନ ଚିନ୍ତା କରିପାରେ। ଅଗଷ୍ଟ ମାସରେ ଇସିବି ଏଭଳି ଭାବେ ପାକିସ୍ତାନ ଦଳକୁ ନେଇ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଖେଳିବା ଯୋଜନା କରିଛି।

Tags: