latest

ଟି୨୦ ବିଶ୍ୱକପ୍‌ ତୁଳନାରେ ଆଞ୍ଚଳିକ ପ୍ରତିଯୋଗିତା ଆଇପିଏଲ୍‌କୁ ଗୁରୁତ୍ୱ ଦିଆଯିବା ଉଚିତ୍‌ ନୁହେଁ : ଆଲାନ ବର୍ଡର

Spread the News

BCCI ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ଏକ ଅର୍ଥ ଉପାର୍ଜନକାରୀ ତଥା ବ୍ୟବସାୟିକ ପ୍ରତିଯୋଗିତା ଭାବେ ଦେଖାଯାଇପାରିବ । ଏହା ଏକ ଆଞ୍ଚଳିକ କ୍ରିକେଟ୍‌ ପ୍ରତିଯୋଗିତା । ଏଣୁ ଚଳିତବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଅପେକ୍ଷା ଏହି ଆଞ୍ଚଳିକ ପ୍ରତିଯୋଗିତାକୁ ପ୍ରାଥମିକତା ଦିଆଯିବା ଆଦୌ ଉଚିତ୍‌ ନୁହେଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ଭାଇରସ୍‌ ପାଇଁ ଆଇପିଏଲ୍‌ର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସସ୍‌ପେଣ୍ଡ ଡିକ୍ଲାର କରାଯାଇସାରିଛି । ମାତ୍ର ଯଦି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଏ ତେବେ ଆଇପିଏଲ୍‌କୁ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରାଯିବା ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ଅନୁମାନ କରାଯାଉଥିବାର ସୂଚନା ମିଳୁଛି । ଯଦି ବିଶ୍ୱକପ୍‌କୁ ବାତିଲ୍‌ କରାଯାଇ ଆଞ୍ଚଳିକ ପ୍ରତିଯୋଗିତା ଆୟୋଜନ କରାଯିବ, ତେବେ ପରବର୍ତ୍ତୀ ପରିସ୍ଥିତିରେ ଆଞ୍ଚଳିକ ପ୍ରତିଯୋଗିତାଗୁଡ଼ିକ ନିଜର ସ୍ଥିତି ହରାଇବେ କାରଣ ସେତେବେଳକୁ ବିଶ୍ୱକପ୍‌ର ମର୍ଯ୍ୟାଦାରେ ଯଥେଷ୍ଟ ହାନି ପହଞ୍ଚସାରିଥିବ । ତେଣୁ ଏଭଳି ସ୍ଥିତିରେ ଯଦି ଆଇପିଏଲ୍‌ ଆୟୋଜନ କରାଯାଏ ତେବେ କ୍ରିକେଟ୍‌ ଖେଳ ଓ ବିଶ୍ୱକପ୍‌ର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆଇପିଏଲ୍‌ରେ ଭାଗ ନେବାକୁ ଯାଉଥିବା ଖେଳାଳିମାନଙ୍କୁ ସଂପୃକ୍ତ ଦେଶର କ୍ରିକେଟ ବୋର୍ଡଗୁଡ଼ିକ ଅନୁମତି ଦେବା ଜମାବି ଉଚିତ୍‌ ହେବ ନାହିଁ ବୋଲି କହିଛନ୍ତି ଆଲାନ ବର୍ଡର । କୌଣସି ପରିସ୍ଥିତିରେ ମଧ୍ୟ ବିଶ୍ୱକପ୍‌ ତୁଳନାରେ ଆଇପିଏଲର ଆୟୋଜନକୁ ପ୍ରାଥମିକତା ଦିଆଗଲେ ସେ ଆଦୌ ଖୁସି ହେବେ ନାହିଁ ବୋଲି ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ ।

Tags: