latest

ଟେଲିଭିଜନ ପ୍ରଡକସନ୍‌ ଓ ଫିଲ୍ମ ଶୁଟିଂ ଆରମ୍ଭ କରିବା ପାଇଁ ମନ ବଳାଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Spread the News

ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ ବଳବତ୍ତର ରହିଛି । ସଂକ୍ରମିତଙ୍କ ସଂଖ୍ୟାକୁ ବିଚାରକୁ ନିଆଗଲେ ଭାରତରେ ସବୁଠାରୁ ଜଟିଳ ପରିସ୍ଥିତି ରହିଛି ମହାରାଷ୍ଟ୍ରର । ରାଜ୍ୟର ଏଭଳି ସଙ୍କଟଜନକ ସ୍ଥିତିରେ ଭିନ୍ନ ଚିନ୍ତା କରି ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଇଣ୍ଡିଆନ ବ୍ରଡକାଷ୍ଟିଂ ଫାଉଣ୍ଡେଶନ ସହ ଏକ ବୈଠକ କରି ଟେଳିଭିଜନ ପ୍ରଡକସନ୍‌ କାମକୁ କିଭଳି ଯଥାଶୀଘ୍ର ଆରମ୍ଭ କରାଯାଇପାରିବ ସେ ସମ୍ୱନ୍ଧରେ ଆଲୋଚନା କରିଛନ୍ତି । ଉଦ୍ଧବ କହିଛନ୍ତି ସମସ୍ତ ପ୍ରକାର ସତର୍କତା ଅବଲମ୍ୱନ କରାଯାଇ ଟେଲିଭିଜନ୍‌ ପ୍ରଡକସନ୍‌ ତଥା ଫିଲ୍ମ ସୁଟିଂ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ କଟୁ ସମାଲୋଚନା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏଠାରେ ଦିନକୁ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଣୁ ରାଜ୍ୟରେ ସ୍ୱାସ୍ଥ୍ୟ ସଙ୍କଟ ଅତି ଜଟିଳ ରୂପ ଧାରଣ କରିଥିବା ବେଳେ ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇ ବିପଦକୁ ହାତେହାତେ ଆମନ୍ତ୍ରଣ କରୁଛନ୍ତି ଦେଶସାରା ସବୁଆଡ଼େ ଆଲୋଚନା ଜୋର୍‌ ଧରିଛି ।

Tags: