latest

ବର୍ଷକର ଶିଶୁ କରୋନା ପଜିଟିଭ ଚିହ୍ନଟ

Spread the News

ଆଜି ଝାରସୁଗୁଡା ଜିଲ୍ଲାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଥିବାବେଳେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅଛନ୍ତି | ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏ ବାବଦରେ ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ଅଂଚଳର ଜଣେ ୧ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରି ହୋମ କ୍ଵାରେଣ୍ଟିନରେ ଥିଲେ |ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଂଚିଛି | ସେହିପରି ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୧୯୧ରେ ପହଂଚିଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି | ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୭୪୮ଟି ସକ୍ରିୟ ମାମଲା ରହିଛି |

Tags: