latest

ଆଜି ପୁଣି ୮୦ କରୋନା ପଜିଟିଭ, ୧୨୬୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

Spread the News

ଆଜି ରାଜ୍ୟରେ ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ରାଜ୍ୟରେ ୮୨୬ଟି ସକ୍ରିୟ କେସ ରହିଥିବାର ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ସୂଚନା ମିଳିଛି ।

ଆଜି ମିଳିଥିବା ୮୦ ନୂଆ ପଜିଟିଭଙ୍କ ମଧ୍ୟରୁ ପ୍ରଥମ ଥର ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ଛୁଇଁଛି । ଗଜପତିରେ ୪ ଜଣ ଓ ନବରଙ୍ଗପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୦ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ୧୪ ଜଣ, ବାଲେଶ୍ୱର ୩ ଜଣ, ପୁରୀ ୧୭ ଜଣ ଓ କଟକରୁ ଜଣେ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ ଓ ମାଲକାନଗିରିରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

 କନ୍ଧମାଳରୁ ୨ ଜଣ,ଝାରସୁଗୁଡାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ୮୦ ପଜିଟିଭଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ହୋମ କ୍ଵାରେଣ୍ଟାଇନ ଓ ୭ ଜଣ ସ୍ଥାନୀୟ ଲୋକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Tags: ,