ପୁରୀରେ ଭୟଙ୍କର ସ୍ଥିତି ମୁହାଁ କରୋନା ସଂକ୍ରମଣ: ଆଜି ପୁଣି ୧୬ ସଂକ୍ରମିତ ଚିହ୍ନଟ

Spread the News

ପୁରୀ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଶନିବାର ୧୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦିନକ ପରେ ଅର୍ଥାତ ରବିବାର ଦିନ ପୁଣି ୧୬ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ଛୁଇଁ ସାରିଲାଣି । କରୋନା ସଂକ୍ରମଣର ପ୍ରାରମ୍ଭିକ ଅବସ୍ଥାରେ ପୁରୀ ଜିଲ୍ଲା ବେଶ୍‌ ସୁରକ୍ଷିତ ଭଳି ଜଣାପଡ଼ୁଥିବା ବେଳେ ଏଠାରେ ସଂକ୍ରମଣ ସ୍ଥିତି ଦିନକୁ ଦିନ ଜଟିଳ ରୂପ ନେଉଛି । ତେବେ ଆଜିର ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ସରକାରଙ୍କ ପ୍ରଦତ୍ତ ସୂଚନା ଅନୁସାରେ, ପୁରୀ ଜିଲ୍ଲାର ସର୍ବମୋଟ ୮୧ ସଂକ୍ରମିତଙ୍କ ମଧ୍ୟରୁ ୮୦ଜଣ ବିଗତ ୧୫ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୭୭ଜଣ ସକ୍ରିୟ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି ।

Tags: